ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପ୍ରଚାର ଅଭିଯାନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ବାରଟି ରାଲିରେ ଉଦ୍ବୋଧନ ଦେଇଥିଲେ। ସମ୍ପୃକ୍ତ ଅଞ୍ଚଳଗୁଡ଼ିକରେ ଥିବା ବିଧାନସଭା ଆସନରେ ‘ଏନ୍ଡିଏ’ର ପ୍ରାର୍ଥୀମାନେ ଆଗୁଆର ରହିଥିବା କଥା ମଙ୍ଗଳବାର ଦିନ ଭୋଟ୍ ଗଣନାରୁ ଜଣାପଡ଼ିଛି।
ପ୍ରଧାନମନ୍ତ୍ରୀ ମୋଦୀ ସାସରାମ, ଗୟା, ଭାଗଲପୁର, ଦରଭଙ୍ଗା, ମୁଜାଫରପୁର, ପାଟନା, ଚାପ୍ରା, ପୂର୍ବ ଚମ୍ପାରଣ, ସମସ୍ତିପୁର, ପଶ୍ଚିମ ଚମ୍ପାରଣ, ସାହର୍ସ ଏବଂ ଫୋର୍ବେସ୍ଗଞ୍ଜରେ ଆୟୋଜିତ ରାଲିମାନଙ୍କରେ ଉଦ୍ବୋଧନ ଦେଇ ‘ଏନ୍ଡିଏ’ ପ୍ରାର୍ଥୀମାନଙ୍କ ପାଇଁ ଭୋଟ୍ ନିବେଦନ କରିଥିଲେ।
Image Courtesy of Hindustan Timesଭାଗଲପୁରରେ ବିଜେପି ପ୍ରାର୍ଥୀ ରୋହିତ ପାଣ୍ଡେ, ମୁଜାଫରପୁରରେ ବିଜେପି ପ୍ରାର୍ଥୀ ସୁରେଶ କୁମାର ଶର୍ମା ଏବଂ ସାହର୍ସରେ ବିଜେପି ପ୍ରାର୍ଥୀ ଆଲୋକରଞ୍ଜନ ସେମାନଙ୍କ ପ୍ରତିଦ୍ବନ୍ଦ୍ବୀମାନଙ୍କ ଠାରୁ ଆଗୁଆ ଅଛନ୍ତି। ଦରଭଙ୍ଗାରେ ମଧ୍ୟ ୧୦ଟି ଆସନରୁ ବିଜେପି ୯ଟିରେ ଆଗୁଆ ରହିଛି।
ନିର୍ବାଚନ କମିସନ୍ଙ୍କ ସଦ୍ୟତମ ତଥ୍ୟ ଅନୁସାରେ, ବିଜେପି, ୭୩, ଜେଡିୟୁ ୪୯, ଭିଆପି ୫ ଏବଂ ଏଚ୍ଏମ୍ ୧ ସମେତ ‘ଏନ୍ଡିଏ’ ୧୨୮ଟି ଆସନରେ ଅଗ୍ରଣୀ ଅଛି। ସେହିଭଳି, ଆର୍ଜେଡି ୬୭, କଂଗ୍ରେସ ୨୦, ବାମଦଳ ୧୮ ସମେତ ମହାମେଣ୍ଟ ୧୦୫ଟି ଆସନରେ ଆଗୁଆ ରହିଛି। ଏହାଛଡ଼ା ବିଏସ୍ପି ୨ଟି, ଆଇଏଏମ୍ଆଇଏମ୍ ୨ଟି, ଏଲ୍ଜେପି ୨ଟି ଓ ସ୍ବାଧୀନ ପ୍ରାର୍ଥୀମାନେ ୪ଟି ଆସନରେ ଆଗୁଆ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/pm.jpg)