ପାଟନା : ପ୍ରଥମ ଥର ପାଇଁ ସିଆରପିଏଫ୍‌ (ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ‌୍)ର ୨ ମହିଳା ଅଧିକାରୀଙ୍କୁ ଆଇଜି (ଇନ୍ସପେକ୍ଟର ଜେନେରାଲ୍‌) ରୢାଙ୍କ୍‌କୁ ପଦୋନ୍ନତି ମିଳିଛି। ଇତିହାସରେ ଏହା ପ୍ରଥମ ଘଟଣା। ସିଆରପିଏଫ୍‌ର ବିହାର ସେକ୍ଟରର ମୁଖ୍ୟ ରହିବେ ସୀମା ଧୁନ୍ଦିୟା। ଅନ୍ୟପକ୍ଷେ ଆନ୍ନି ଆବ୍ରାହମ ନିକଟରେ ଆଇଜି ପଦକୁ ପ‌ଦୋନ୍ନତି ପାଇଛନ୍ତି। ସେ ସିଆରପିଏଫ୍‌ର ଆରଏଏଫ୍‌ (ରୢାପିଡ ଆକ୍ସନ୍‌ ଫୋର୍ସ‌୍)ର ମୁଖ୍ୟ ହୋଇଛନ୍ତି। ତେବେ ୧୯୯୨ ପରେ ପ୍ରଥମ ଥର ପାଇଁ ଆରଏଏଫ୍‌ ଜଣେ ମହିଳା ଅଧିକାରୀଙ୍କୁ ଏହାର ମୁଖ୍ୟ ଭାବେ ପାଇଛି। ଉକ୍ତ ୨ ମହିଳା ଅଧିକାରୀଙ୍କୁ ରାଷ୍ଟ୍ରପତିଙ୍କ ପୁଲିସ ପଦକ, ପୁଲିସ ପଦକ ଏବଂ ଅତି ଉତ୍କୃଷ୍ଟ ସେବା ପଦକ ମିଳିଛି।