ବିହାର ଆଶ୍ରୟସ୍ଥଳ ମାମଲା : ୧୧ ନିରୁଦ୍ଦିଷ୍ଟ ବାଳିକାଙ୍କୁ ହତ୍ୟା!

ନୂଆଦିଲ୍ଲୀ : ବିହାର ମୁଜାଫରପୁର ବାଳିକା ଆଶ୍ରୟସ୍ଥଳ ଯୌନ ନିର୍ଯାତନା ଏବଂ ହତ୍ୟା ମାମଲାରେ ନୂଆ ତଥ୍ୟ ଲୋକଲୋଚନକୁ ଆସିଛି। ବଳିକାଗୃହରୁ ନିରୁଦ୍ଦିଷ୍ଟ ଥିବା ୧୧ ଜଣ ବାଳିକାଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ସିବିଆଇ ସୁପ୍ରିମ କୋର୍ଟରେ ଦାଖଲ କରିଥିବା ଚାର୍ଜସିଟ୍‌ରେ ସୂଚନା ଦେଇଛି।

ବିହାରର ଜଣେ ପ୍ରଭାବଶାଳୀ ବ୍ୟକ୍ତି ବ୍ରଜେଶ ଠାକୁର ବଳିକାଗୃହରେ ବହୁ ଗରିବ ଝିଅଙ୍କୁ ନେଇ ଯୌନ ଶୋଷଣ କରୁଥିବା ମାମଲା ସିବିଆଇକୁ ଦିଆଯାଇଥିଲା। ଉକ୍ତ ମାମଲାରେ ସିବିଆଇ ଶୁକ୍ରବାର ଚାର୍ଜସିଟ୍‌ ଦାଖଲ କରି କରିଥିବା ବେଳେ ମିଳିଥିବା ସୂଚନାରୁ ଜଣାପଡ଼ିଛି ଯେ ନିରୁଦ୍ଦିଷ୍ଟ ଥିବା ବାଳିକାମାନଙ୍କୁ ହତ୍ୟା କରାଯାଇଛି। ଜଣେ ଝିଅର ମୃତଦେହକୁ ପୋତାଯାଇଥିବା ସ୍ଥାନରୁ ସିବିଆଇ କଙ୍କାଳ ଜବତ କରିବା ସହ ତଦନ୍ତ ଜାରି ରଖିଛି।

ନିବେଦିତା ଝା ନାମକ ମହିଳା କାର୍ଯ୍ୟକର୍ତା ଅଭିଯୋଗ କରିଥିଲେ ଯେ ବାଳିକାମାନଙ୍କ ଅଭିଯୋଗ ପରେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ବିରୋଧରେ ତଦନ୍ତ ତ୍ବରାନ୍ବିତ ହେଉନାହିଁ।

ସମ୍ବନ୍ଧିତ ଖବର