ରାସ୍ତାରେ ବିଛେଇ ହୋଇ ପଡ଼ିଥିଲା ରୁପା, ଗୋଟାଇବା ପାଇଁ ଲୋକଙ୍କର ଜମିଲା ଭିଡ

ଲକ୍ଷ୍ମୌ: ବିହାରରୁ ଏକ ଅଦ୍ଭୁତ ଘଟଣା ପୁଣି ସାମ୍ନାକୁ ଆସିଛି । ବିହାରର ସୀତାମଢ଼ି ଜିଲ୍ଲାରେ ସଡ଼କରେ ରୁପା ମିଳିବା ଖବର ଚାରିଆଡେ ଚାଞ୍ଚଲ୍ୟ ଖେଳାଇ ଦେଇଛି। କେହିକେହି ଏହାକୁ ରୁପା ବର୍ଷା ବୋଲି କହୁଛନ୍ତି।

ପ୍ରକାଶିତ ରିପୋର୍ଟ ମୁତାବକ, ସୀତାମଢ଼ିର ସୁରସଣ୍ଡରେ ଏହି ଘଟଣା ଘଟିଛି। ବୁଧବାର ସକାଳେ ଯେତେବେଳେ ଲୋକମାନେ ଏହି ଘଟଣା ବିଷୟରେ ଖବର ପାଇଥିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ରାସ୍ତାରେ ପଡ଼ିଥିବା ରୁପାକୁ ଗୋଟାଇବାକୁ  ପ୍ରବଳ ଭିଡ ଜମିଥିଲା, ଯାହାକୁ ଯେଉଁ ପାତ୍ର ମିଳିଥିଲା ସେମାନେ ସେଥିରେ ରାସ୍ତାରୁ ରୁପା ଗୋଟାଇବାକୁ ଲାଗିଥିଲେ।

ରାସ୍ତାରେ ପଡ଼ିଥିବା ବୁନ୍ଦାବୁନ୍ଦା ରୁପାକୁ ନେଇ ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। ଲୋକମାନଙ୍କୁ ସନ୍ଦେହ ହେଉଛି କି କେହି ରୁପା ଚାଲାଣ କରୁଥିବା ବ୍ୟକ୍ତି ନଚେତ ଚୋର ଏହି ବୁନ୍ଦାବୁନ୍ଦା ଆକୃତିର ରୁପାକୁ ନେଇ ଯାଉଥିବା ସମୟରେ କୌଣସି କାରଣବଶତଃ ଅଖା ଫାଟି ଯିବାରୁ ଏହା ରାସ୍ତା ଉପରେ ଏପରି ବିଛେଇ ହୋଇପଡ଼ିଥିଲା।

ତେବେ ଏହି ଘଟଣା ନେପାଳ ସୀମା ନିକଟରେ ହୋଇଥିବାରୁ ଏହାକୁ ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି। ତେବେ ଏହି ଘଟଣା ବିଷୟରେ ସୂଚନା ମିଳିବା ପରେ ପୁଲିସ ଯାଞ୍ଚ ଆରମ୍ଭ କରି ଦେଇଛି। ଏହି ଘଟଣା ପୂର୍ବରୁ ବିହାରର ମଧୁବନି ଜିଲ୍ଲାରୁ ଏକ ଅଦ୍ଭୁତ ପଥର ମିଳିବା ବି ଖବର ମିଳିଥିଲା।

ସମ୍ବନ୍ଧିତ ଖବର