ଆରା: ବିହାରର ଭୋଜପୁରରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିବା କରି ଘଟଣା। ଏକ ସାପ ୧୫ ବର୍ଷର ଜଣେ ବାଳକର ଯୌନାଙ୍ଗକୁ କାମୁଡିବା ହେତୁ ବାଳକଟିର ମୃତ୍ୟୁ ଘଟିଛି। ସାପ କାମୁଡ଼ିବା ପରେ ପରିବାର ଲୋକ ତାକୁ ତୁରନ୍ତ ହସ୍ପିଟାଲ୍କୁ ଚିିକିତ୍ସା ପାଇଁ ନେଇ ଯାଇଥିଲେ। କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ସାପ ବିଷ ଶରୀରରେ ଖେଳି ଯିବାରୁ ଅଂଶୁ କୁମାର ନାମକ ଏହି ବାଳକଟିର ହସ୍ପିଟାଲ୍ ନେବା ବାଟରେ ମୃତ୍ୟୁ ଘଟିଥିଲା।
ସୂଚନା ରହିଛି ଯେ ସାପ କାମୁଡ଼ିବା ବେଳେ ଅଂଶୁ ତାଙ୍କ ଘର ଅଗଣାରେ ଏକ ହାଫ୍ ପ୍ୟାଣ୍ଟ୍ ପିନ୍ଧି ଶୋଇଥିଲା। ଏହି ସମୟରେ ଏକ ବିଷାକ୍ତ ନାଗ ଆସି ତା’ର ଯୌନାଙ୍ଗକୁ କାମୁଡି ଦେଇଥିଲା। ସାପଟି କାମୁଡ଼ିବାରୁ ଅଂଶୁ କାନ୍ଦିକରି ପାଟି କରିବାକୁ ଲାଗିଥିଲା। ସେ କନ୍ଦିବାରୁ ପରିବାରର ସଦସ୍ୟ ଉଠି ପଡ଼ିଥିଲେ। ତା’ପରେ ତାୁକୁ ଚିକିତ୍ସା ପାଇଁ ନେଇ ଯାଇଥିଲେ।
ଏହି ମାମଲା କୋଇଲୱର ପୁଲିସ ଷ୍ଟେସନ ପରିସରରେ ଥିବା ଶ୍ରୀପାଲପୁର ଗାଁର। ସମ୍ପର୍କୀୟଙ୍କ କହିବାନୁଯାୟୀ, ସାପଟି ଅଂଶୁକୁ କାମୁଡିଥିବାର ଜାଣିବା ମାତ୍ରେ ସେ ପାଟି କରି ପରିବାର ଲୋକଙ୍କୁ ଡାକିଥିଲା। ସଙ୍ଗେ ସଙ୍ଗେ ସେଠାରେ ହାହୋଲ୍ଲା ହୋଇଥିଲା। ପରିବାର ଲୋକ ମିଶି ସାପଟିକୁ ବାଡ଼େଇ ବାଡ଼େଇ ମାରିଦେଇଥିଲେ।
ସାପଟିକୁ ମାରିବା ପରେ ପରିବାର ଲୋକ ପ୍ରଥମେ ଅଂଶୁକୁ ଗାଁର ଜଣେ ସାପବିଷ ଝଡ଼ାଳି ନିକଟକୁ ଚିକିତ୍ସା ପାଇଁ ନେଇ ଯାଇଥିଲେ। କିନ୍ତୁ ଚିକିତ୍ସାରେ କୌଣସି ଉନ୍ନତି ନହେବାରୁ ତାକୁ ପୁଣି ଥରେ ଆରା ସଦର ଡାକ୍ତରଖାନା ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ଦେବା ପରେ ଅବସ୍ଥା ଚିନ୍ତାଜନକ ହେବାରୁ ତାଙ୍କୁ ପାଟନାକୁ ପଠାଯାଇଥିଲା। ପାଟନା ନିଆଯାଉଥିଲା ଯେତେବେଳେ ସେ ରାସ୍ତାରେ ଅଂଶୁର ମୃତ୍ୟୁ ଘଟିଛି।