ପାଟନା:ବିହାରର ପଶ୍ଚିମ ଚମ୍ପରନ୍ ଜିଲ୍ଲାରେ ଗୁୁରୁବାର ଘଟିଯାଇଛି ଏକ ଅଭାବନୀୟ ଘଟଣା। ତିନି ସାଙ୍ଗ ମିଶି ରେଳ ଧାରଣାରେ ଶୋଇ ମୋବାଇଲ୍ ଗେମ୍ ପବ୍ଜି ଖେଳୁଥିବା ବେଳେ ମାଡ଼ିଗଲା ଟ୍ରେନ୍ ଓ ଚାଲିଗଲା ସଭିଙ୍କ ଜୀବନ।
ମୁଫାସିଲ ପୁଲିସ ଷ୍ଟେସନ ଅନ୍ତର୍ଗତ ନରକାଟିଆଗଞ୍ଜ-ମୁଜାଫରପୁର ରେଳ ବିଭାଗର ମନସା ଟୋଲାରେ ଥିବା ରୟାଲ ସ୍କୁଲ ନିକଟରେ ଏହି ଦୁର୍ଘଟଣା ଘଟିଛି ବୋଲି ପୁଲିସ୍ ସୂଚନା ପ୍ରଦାନ କରିଛି।
ସମସ୍ତେ ଇୟରଫୋନ୍ ପିନ୍ଧିଥିବାରୁ ଟ୍ରେନ୍ ଆସୁଥିବାର କଥା ଜାଣି ପାରିନଥିଲେ। ଫଳରେ ସେମାନଙ୍କ ଜୀବନ ଚାଲି ଯାଇଥିଲା। ତେବେ ଦୁର୍ଘଟଣାର ପ୍ରକୃତ କାରଣ କ’ଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଅଧିକାରୀମାନେ ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛନ୍ତି।
ପୀଡ଼ିତମାନେ ହେଉଛନ୍ତି ରେଲୱେ ଗୁମତୀ ନିବାସୀ ଫୁରକାନ୍ ଆଲାମ, ମାନସା ଟୋଲାର ସମୀର ଆଲାମ ଓ ବରୀ ଟୋଲାର ହବିବୁଲ୍ହା ଅନସରୀ।
ଦୁର୍ଘଟଣା ପରେ ଶତାଧିକ ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳରେ ଏକତ୍ରିତ ହୋଇଥିଲେ। ପୀଡ଼ିତାଙ୍କ ପରିବାର ସେମାନଙ୍କ ଶରୀର ବ୍ୟବଚ୍ଛେଦ ପାଇଁ ଘରକୁ ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/01/03/EvJLAH5b5zgqo31czlZz.jpg)
