ମଦ ପିଉନଥିବା ଏବଂ ଛୋଟ ଡ୍ରେସ ପିନ୍ଧୁ ନଥିବାରୁ ସ୍ତ୍ରୀଙ୍କୁ ତିନି ତଲାକ ଦେଲେ ସ୍ୱାମୀ

ପାଟନା: ବିହାରରେ ଜଣେ ମୁସଲମାନ ମହିଳା ଅଭିଯୋଗ କରିଛନ୍ତି ଯେ ସେ ମଦ ପିଉନଥିବା ଏବଂ ଛୋଟ ଡ୍ରେସ ପିନ୍ଧୁ ନଥିବାରୁ ତାଙ୍କର ସ୍ୱାମୀ ତିନି ତଲାକ ଦେଇଛନ୍ତି । ଏହି ମହିଳାଜଣକ କହିଛନ୍ତି ଯେ, ସେ ଆଧୁନିକ ମହିଳା ହେବାକୁ ମନା କରିବାରୁ ତାଙ୍କୁ ତିନି ତଲାକ ମିଳିଛି ।

ଗଣମାଧ୍ୟମକୁ ବିବାହିତ ମହିଳା କହିଛନ୍ତି ଯେ ସେ ୨୦୧୫ରେ ମୁସ୍ତାଫାଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ପରେ ସେ ଦିଲ୍ଲୀ ଯାଇଥିଲେ । ଦିଲ୍ଲୀରେ ମହିଳାଙ୍କୁ ତାଙ୍କ ସ୍ୱାମୀ କହିଥିଲେ ଯେ ତାଙ୍କୁ ଆଧୁନିକ ଝିଅ ଖୁବ୍ ଭଲ ଲାଗନ୍ତି। ଛୋଟ ପୋଷାକ ପିନ୍ଧିବା, ନାଇଟ ପାର୍ଟିରେ ଯୋଗ ଦେବା ଓ ମଦ ପିଉଥିବା ଝିଅଙ୍କୁ ସେ ଅଧିକ ପସନ୍ଦ କରିଥାନ୍ତି  । ଏଣୁ ସେ ଚାହୁଁଥିଲେ ତାଙ୍କ ସ୍ତ୍ରୀ ବି ସେମିତି ମଦ ପିଅନ୍ତୁ ଏବଂ ଛୋଟ ଡ୍ରସ୍ ପିନ୍ଧି ନାଇଟ କ୍ଲବକୁ ଯାଆନ୍ତୁ ,କିନ୍ତୁ ଏଭଳି କରିବାକୁ ରାଜି ନ ହେବାରୁ ପୀଡ଼ିତାଙ୍କ ଉପରେ ଅତ୍ୟାଚାର କରିଚାଲିଛନ୍ତି।

image source–nagaland page

ପୀଡ଼ିତାଙ୍କର ୨ ଜଣ ସନ୍ତାନ ଅଛନ୍ତି । ସେପ୍ଟେମ୍ବର ୧ରେ ତାଙ୍କ ସ୍ୱାମୀ ତାଙ୍କୁ ତିନି ତଲାକ ଦେଇଛନ୍ତି । ଏ ମାମଲା ସଂପର୍କରେ ବିହାର ରାଜ୍ୟ ମହିଳା କମିସନର ଅଧ୍ୟକ୍ଷ ଦିଲମଣି ମିଶ୍ର ସ୍ୱାମୀ ମୁସ୍ତାଫାଙ୍କୁ ନୋଟିସ ଜାରି କରିଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର