ସହରସା: ଜେଲ୍ ଯାଇଥିବା ପୁଅର ଜାମିନ ପାଇଁ ଜଣେ ବିହାରୀ ମହିଳା ଥାନାରେ ଜଣେ ପୁଲିସ କର୍ମଚାରୀଙ୍କୁ ‘ମାସାଜ୍’ (ଘଷାମୋଡ଼ା) କରୁଥିବାର ଭିଡିଓ ଅନ୍ଲାଇନ୍ରେ ଭାଇରାଲ୍ ହୋଇଛି।
ଭିଡିଓ ଭାଇରାଲ୍ ହେବା ପରେ ଶଶୀଭୂଷଣ ସିହ୍ନା ନାମକ ଉକ୍ତ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ୩ ସେକେଣ୍ଡ୍ର ଉକ୍ତ ଭିଡିଓରେ ଦେଖା ଯାଉଛି ଥାନାରେ ସାର୍ଟ ଖୋଲି ବସିଥିବା ଶଶୀଭୂଷଣ ସିହ୍ନାଙ୍କୁ ଜଣେ ମହିଳା ‘ମାସାଜ୍’ କରୁଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ଜେଲ୍ରୁ ପୁଅକୁ ମୁକୁଳାଇବା ଲାଗି ମହିଳାଜଣକ ଥାନାକୁ ଆସିଥିଲେ। ତାଙ୍କୁ ମୋଡ଼ାଘଷା କରିବାକୁ ଶଶୀଭୂଷଣ ସିହ୍ନା କୁଆଡ଼େ କହିଥିଲେ ବୋଲି ଶୁଣାଯାଉଛି। ପୁଅ ଜେଲ୍ରୁ ବାହାରିବ ବୋଲି ମଧ୍ୟ ସେ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଆହୁରି ମଧ୍ୟ କୁହାଯାଉଛି, ମହିଳାଜଣକ ଘଷାମୋଡ଼ା କରୁଥିବା ବେଳେ ଶଶୀଭୂଷଣ ସିହ୍ନା ଜଣେ ଓକିଲଙ୍କୁ ଫୋନ୍ କରି ସେ ମହିଳାଙ୍କୁ ପୁଅକୁ ଜାମିନରେ ଜେଲ୍ ମୁକୁଳାଇବା ପାଇଁ କହିଥିଲେ।
/sambad/media/post_attachments/wp-content/uploads/2022/04/message1.jpg)
ଫୋନ୍ରେ ସେ ଓକିଲଙ୍କୁ ଶଶୀଭୂଷଣ ସିହ୍ନା କହିଥିଲେ, ମହିଳାଜଣକ ଦିନଦୁଃଖୀ ଓ ଗରିବ। ମୁଁ କେତେ ଟଙ୍କା ପଠାଇବି? ଗୋଟାଏ ଲଫାପାରେ ଆମେ ଟଙ୍କା ପଠାଇବୁ। ଦୁଇଜଣ ମହିଳା ସେମାନଙ୍କ ଆଧାର କାର୍ଡ ନେଇ ଆପଣଙ୍କ ପାଖକୁ ଯିବେ। ଠିକଣା ଓ ମୋବାଇଲ୍ ନମ୍ବର ଦେଇ ମୁଁ ସେମାନଙ୍କୁ ସୋମବାର ଦିନ ପଠାଇବି। ପପ୍ପୁବାବୁ, ଆପଣଙ୍କୁ ମୋର ଅନୁରୋଧ। ୧୦ ହଜାର ଟଙ୍କା ଖର୍ଚ୍ଚ କରି ସାରିଲିଣି।
ସେତେବେଳେ ଶଶୀଭୂଷଣଙ୍କ ସାମ୍ନାରେ ପଡ଼ିଥିବା ଗୋଟାଏ ଚେୟାର୍ରେ ଅନ୍ୟ ଜଣେ ମହିଳା ବସିଥିବା ଦେଖାଯାଉଛି।
ଭିଡିଓ ଭାଇରାଲ୍ ହେବା ପରେ ସହରସା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଲିପି ସିଂହ ତୁରନ୍ତ ଶଶୀଭୂଷଣ ସିହ୍ନାଙ୍କୁ ନିଲମ୍ବିତ କରିଥିଲେ। ଘଟଣା ସଂକ୍ରାନ୍ତରେ ତଦନ୍ତ ପାଇଁ ମଧ୍ୟ ଆଦେଶ ଦିଆଯାଇଛି।