ମଦ ପାର୍ଟି କରୁଥିବା ସମୟରେ ସାଙ୍ଗମାନଙ୍କ ସହ ଧରାପଡ଼ିଲା ବିହାରର ପୂର୍ବତନ ଡିଜିପିଙ୍କ ପୁଅ

ପାଟନା: ୨୦୧୬ ମସିହା ଏପ୍ରିଲରୁ ବିହାରରେ ମଦ ବିକ୍ରି ଉପରେ ଅଙ୍କୁଶ ଲାଗିଥିବା ନିୟମ ସତ୍ତ୍ୱେ ସୁବେର ପୂର୍ବତନ ଡିଜିପିଙ୍କ ପୁଅ ମଦ ପଉଥିବା ସମୟରେ ଗିରଫ ହୋଇଥିବା ଶନିବାର ସୂଚନା ମିଳିଛି। ମୁଜାଫରପୁରର ପୁଲିସ ଏହି ଘଟଣାର ଯାଞ୍ଚ କରିବା ପରେ ପୂର୍ବତନ ଡିଜିପିଙ୍କ ପୁଅକୁ ଜେଲ ପଠାଇ ଦେଇଛି।

ସୂଚନାଯୋଗ୍ୟ, ପୂର୍ବତନ ଡିଜିପି ଶିବଚନ୍ଦ୍ର ଝାଙ୍କ ପୁଅ ସୌରଭ ଝାକୁ ପୁଲିସ ଯେଉଁ ସମୟରେ ଗିରଫ କଲା ସେହି ସମୟରେ ମୁଜାଫରପୁର ମିଠନପୁରାସ୍ଥିତ ଲକ୍ଷ୍ମୀ ନାରାୟଣ ନଗରସ୍ଥିତ ଏକ ହୋଟେଲରେ ସେ ସାଙ୍ଗମାନଙ୍କ ସହ ମଦ ପିଉଥିଲା।

ପୁଲିସ ମୁତାବକ, ସୌରଭ ମଦ ନିଶାରେ ସାଙ୍ଗମାନଙ୍କ ସହ ହୋଟେଲରେ ହଙ୍ଗାମା କରୁଥିଲା। ଏନେଇ ପୁଲିସକୁ ଖବର ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୌରଭକୁ ଧରି ନେଇଥିଲା। ପୁଲିସ ସୌରଭ ବ୍ୟତୀତ ଅନ୍ୟ ଚାରିଜଣଙ୍କୁ ବି ଘଟଣାସ୍ଥଳରୁ ଗିରଫ କରିଛି। ଗିରଫ ସମୟରେ ପୁଲିସ ଜାଣି ନଥିଲା କି ସୌରଭ ପୂର୍ବତନ ଡିଜିପି ଶିବଚନ୍ଦ୍ର ଝାଙ୍କ ପୁଅ ବୋଲି।

ସମ୍ବନ୍ଧିତ ଖବର