ବିଜ୍‌ନୋର୍‌ ପେଟ୍ରୋ-କେମିକାଲ୍‌ କାରଖାନାରେ ବିସ୍ଫୋରଣ ଘଟି ୬ ମୃତ; ୨ ଆହତ

ବିଜ୍‌ନୋର୍‌ : ବୁଧବାର ସକାଳେ ଏକ ଘରୋଇ ପେଟ୍ରୋ-କେମିକାଲ୍‌ କାରଖାନାରେ ବିସ୍ଫୋରଣ ଘଟିବା ଯୋଗୁଁ ଅନ୍ୟୂନ ୬ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିବା କଥା ପୁଲିସ କହିଛି। ଜଣେ ଶ୍ରମିକ ନିଖୋଜ ଥିବା କଥା ମଧ୍ୟ ପୁଲିସ କହିଛି।

ସକାଳ ପ୍ରାୟ ୮ଟା ବେଳେ କାରଖାନାର ବଏଲର୍‌ ମରାମତି ହେଉଥିବା ବେଳେ ବିସ୍ଫୋରଣ ଘଟିଥିଲା।

ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଉମେଶ କୁମାର ସିଂହ କହିଛନ୍ତି: ନାଗିନା ରୋଡ୍‌ରେ ଅବସ୍ଥିତ ମୋହିତ ପେଟ୍ରୋକେମିକାଲ୍‌ ଫ୍ୟାକ୍ଟରିରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଯୋଗୁଁ ଶ୍ରମିକ ବାଳଗୋବିନ୍ଦ, ରବି, ଲୋକେନ୍ଦ୍ର, କମଳବୀର, ବିକ୍ରାନ୍ତ ଏବଂ ଚେତ୍ରାମଙ୍କର ମୃତ୍ୟୁ ଘଟିଛି। ଅତି ସାଙ୍ଘାତିକ ସ୍ୱାସ୍ଥ୍ୟାବସ୍ଥା ଥିବା ଦୁଇ ଜଣ ଶ୍ରମିକଙ୍କୁ ଡାକ୍ତରଖାନା ଅଣାଯାଇଛି। ଜଣେ ଶ୍ରମିକ ନିଖୋଜ ଅଛନ୍ତି।

ଏ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ, ଅଳ୍ପ କିଛି ଦିନ ହେବ ବଏଲର୍‌ ଫ୍ୟାକ୍ଟରି ଚାଲୁ ନ ଥିଲା। ଆଜି ମରାମତି ହେଉଥିବା ବେଳେ େଓ୍ଵଲ୍‌ଡିଙ୍ଗ୍‌ କାମରେ ବିସ୍ଫୋରଣ ଘଟିଛି।

କାରଖାନାର ମାଲିକଙ୍କୁ ଠାବ କରିବାକୁ ପୁଲିସ ପକ୍ଷରୁ ଉଦ୍ୟମ ଚାଲିଛି।

 

ସମ୍ବନ୍ଧିତ ଖବର