ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବିଜନୌରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ରେଳ ଧାରଣାରେ ଶୋଇପଡ଼ିଥିବା ବେଳେ ତାଙ୍କ ଉପର ଦେଇ ଟ୍ରେନ ଚାଲି ଯାଇଥିଲା। ସ୍ଥାନୀୟଲୋକେ ଯୁବକ ଜଣକ ଜୀବନ ହାରି ଦେଇଥିବା ଭାବି ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଯୁବକଙ୍କୁ ରେଳଧାରଣାରୁ ଉଦ୍ଧାର କରୁଥିବା ବେଳେ ସେ ହଠାତ ଉଠି ବସି ପଡ଼ିଥିଲେ। ଏହା ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଚକିତ ହୋଇଯାଇଥିଲେ।

Advertisment

ଘଟଣାସ୍ଥଳରୁ ଯୁବକଙ୍କୁ ଉଦ୍ଧାର କରି କୋତବାଲି ନଗର ପୁଲିସ ଏହି ନେପାଳ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ଘଟଣା ବିଷୟରେ ସୂଚନା ଦେଇଥିଲା।

ପୁଲିସ ସୂତ୍ରରୁ ପ୍ରକାଶ, ରେଳ ଧାରଣାରୁ ଉଦ୍ଧାର ହୋଇଥିବାବୃଦ୍ଧ ହରିୟାଣାର ଏକ ହୋଟେଲରେ କାମ କରନ୍ତି। ତାଙ୍କ ନାମ ଅମର ବାହାଦୁର  ବୋଲି ଜଣାପଡ଼ିଛି।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ, ଅମର ବାହାଦୁର ବିଜନୗର ସେଣ୍ଟ ମେରୀ ନିକଟସ୍ଥ ରେଳ ଫାଟକ ନିକଟରେ ଧାରଣାରେ ଶୋଇପଡ଼ିଥିଲେ। ଆମେ କିଛି ବୁଝିବା ପୂର୍ବରୁ ଧାରଣାରେ ରେଳ ଆସି ତାଙ୍କ ଉପର ଦେଇ ଚାଲି ଯାଇଥିଲା। ଏହାପରେ ବି ଯୁବକ ଜଣକ ଧାରଣାରୁ ନଉଠିବା ଦେଖି ଆମେ ଭାବିଲୁ ବୋଧ ହୁଏ ସେ ଜୀବନ ହାରି ଦେଇଛନ୍ତି।

ଏହାପରେ ପୁଲିସକୁ ସୂଚନା ଦେଇଥିଲୁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ମୃତ ଭାବି ଧାରଣାରୁ  ଉଠାଇବାକୁ ‌ଚେଷ୍ଟା କରୁଥିବା ବେଳେ ସେ ହଠାତ ଉଠି ବସି ପଡ଼ିଥିଲେ। ଏବଂ ତାଙ୍କ ସହିତ କ’ଣ ଘଟିଛି କିଛି ଜାଣି ପାରି ନଥିବା କହିଥିଲେ। କାରଣ ସେ ଏହି ସମୟରେ ଅତ୍ୟଧିକ ମଦପାନ କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।