‌୮ରେ ସଂସଦ ସମ୍ମୁଖରେ ବିଜୁ କୃଷକ ଜନତା ଦଳର ବିକ୍ଷୋଭ

ନୂଆଦିଲ୍ଲୀ : ଆସନ୍ତା ମାସ ୮ ତାରିଖରେ ବିଜୁ କୃଷକ ଜନତା ଦଳ ପକ୍ଷରୁ ସଂସଦ ସମ୍ମୁଖରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି କରାନଯିବା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଆଜି ସନ୍ଧ୍ୟାରେ ସ୍ଥାନୀୟ ଓଡ଼ିଶା ଭବନରେ ଦ୍ବିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଦଳର ଅଧିକାଂଶ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ ସମେତ ରାଜ୍ୟର ଜଣେ ମନ୍ତ୍ରୀ ଓ ବିଧାୟକ ଏବଂ କାର୍ଯ୍ୟକର୍ତ୍ତାମ‌ାନେ ଉପସ୍ଥିତ ଥି‌ଲେ।

ସମ୍ବନ୍ଧିତ ଖବର