ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅପରାଧୀ ବିକାଶ ଦୁବେଙ୍କ ଗିରଫଦାରୀ ପର୍ଯ୍ୟନ୍ତ ଏବଂ ଏହା ପରେ ଏନକାଉଣ୍ଟର ଉପରେ ପ୍ରଶ୍ନ ଉଠିଛି। ଉତ୍ତରପ୍ରଦେଶ ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେ ନିହତ ହୋଇଥିବାବେଳେ ଏବେ ଜଣେ ଆଇପିଏସ ଅଫିସରଙ୍କ ଆକଳନକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି | ଆଇପିଏସ୍ ଅଫିସର ଅମିତାଭ ଠାକୁର ଟୁଇଟରେ ସେ ଗତକାଲି ଲେଖିଥିଲେ ଯେ ''ବିକାଶ ଦୁବେ ଆତ୍ମସମର୍ପଣ କରିଛନ୍ତି। ବୋଧହୁଏ ଆସନ୍ତାକାଲି ସେ ୟୁପି ପୋଲିସର ହେପାଜତରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିପାରେ । ଆଉ ଏହାପରେ ତାଙ୍କୁ ମାରି ଦିଆଯିବ | ଏହିପରି ଭାବରେ ବିକାଶ ଦୁବେ ଅଧ୍ୟାୟ ବନ୍ଦ ହୋଇଯିବ ''| ଅମିତାଭ ଠାକୁରଙ୍କ ଏହି ଟ୍ୱିଟକୁ ନେଇ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି |
विकास दूबे का सरेंडर हो गया. हो सकता है कल वह UP पुलिस कस्टडी से भागने की कोशिश करे, मारा जाये. इस तरह विकास दूबे चैप्टर क्लोज हो जायेगा, किन्तु मेरी निगाह में असल जरुरत इस कांड से
सामने आई UP पुलिस के अन्दर की गंदगी को ईमानदारी से देखते हुए उसपर निष्पक्ष/कठोर कार्यवाही करना है— AmitabhThakur (@Amitabhthakur) July 9, 2020
ଏଠାରେ ସୂଚନା ଥାଉ କି ପୁଲିସର କହିବା ମୁତାବକ ଉତ୍ତରପ୍ରଦେଶ ପୁଲିସର ସ୍ପେଶାଲ ଟାସ୍କଫୋର୍ସ ବିକାଶ ଦୁବେକୁ ଉଜ୍ୱୟୀନରୁ କାନପୁର ଆଣୁଥିବାବେଳେ ସେ ବସିଥିବା ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଥିଲା । ଏହାର ସୁଯୋଗ ନେଇ ଖସି ଯିବାକୁ ଉଦ୍ୟମ କରିବା ସହ ବନ୍ଧୁକ ଛଡାଇ ନେଇ ପୁଲିସ ଉପରକୁ ଗୁଳି କରିଥିଲା । ଏହାର ଜବାବରେ ପୁଲିସ ବିକାଶ ଉପରକୁ ଗୁଳି ଚଳାଇଥିଲା । ଏଥିରେ ବିକାଶ ଗୁରୁତର ଭାବେ ଆହତ ହୋଇଥିଲା । ତାକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ମୃତ ଘୋଷଣା କରିଥିଲେ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/amitabh-thakur1.jpg)