ସାବରକାଣ୍ଠା: ଗୁଜରାଟର ସାବରକାଣ୍ଠା ଜିଲ୍ଲାରେ ରବିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଗୁଜୁରାଟ-ରାଜସ୍ଥାନ ସୀମାନିକଟରେ ଦୁଇଟି ମୋଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି ।
ଖେରୋଜ ଷ୍ଟେସନର ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ଯେ ଜିଲ୍ଲାର ପୋଶିନା ତାଲୁକାର ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସକାଳ ପ୍ରାୟ ସାଢ଼େ ୫ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଅଧିକାରୀ ଜଣକ କହିଛନ୍ତି, ଦ୍ରୁତ ଗତିରେ ଆସୁଥିବା ଦୁଇଟି ମୋଟର ସାଇକେଲ ପରସ୍ପରକୁ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚତୁର୍ଥ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି।
ଗୁଜୁରାଟ-ରାଜସ୍ଥାନ ସୀମାରେ ଥିବା ଏକ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ପୁଲିସ ସୂଚନା ଅନୁଯାୟୀ, ଉଭୟ ମୋଟର ସାଇକେଲ ବିପରୀତ ଦିଗରୁ ଆସୁଥିଲା। ମୃତକମାନେ ସାବରକଣ୍ଠ ଓ ବନାସକଣ୍ଠା ଜିଲ୍ଲାର ବାସିନ୍ଦା ଥିଲେ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ତଦନ୍ତ ଜାରି ରହିଛି ବୋଲି କୁହାଯାଇଛି।