ମୁଜାଫରନଗର: ଉତ୍ତରପ୍ରଦେଶ ମୁଜାଫରନଗରରେ ଏକ ପେଟ୍ରୋଲ ପମ୍ପରେ ଶନିବାର ଏକ ବଡ ଦୁର୍ଘଟଣା ଘଟିବାରୁ ଅଳ୍ପକେ ବର୍ତ୍ତି ଯାଇଛି। ଗୋଟିଏ ବାଇକରେ ତିନିଜଣ ବସି ପେଟ୍ରୋଲ ଭରିବାକୁ ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ। ପେଟ୍ରୋଲ ପକାଇବା ସମୟରେ ହଠାତ କେହି କିଛି ବୁଝିବା ପୂର୍ବରୁ ତାଙ୍କ ବାଇକ୍ରେ ନିଆଁ ଲାଗି ଯାଇଥିଲା। ସମୟ ଥାଉ ଥାଉ ପେଟ୍ରୋଲ ପମ୍ପ କର୍ମଚାରୀ ନିଆଁକୁ ଆୟତ୍ତ କରି ନେଇଥିଲେ। ଯେଉଁଥିରେ କାହାରି କିଛି କ୍ଷତି ପହଞ୍ଚି ନଥିବା ସୂଚନା ମିଳିଛି।
ଏଭଳି ଏକ ଘଟଣା ଚରଥାବଲ ଥାନା ଅଞ୍ଚଳର ବିରାଲସି ଗ୍ରାମସ୍ଥିତ ଏସାର ପେଟ୍ରୋଲ ପମ୍ପରେ ଘଟିିଛି। ଯେଉଁଠାରେ ଗୋଟିଏ ବାଇକ୍ରେ ତିନିଜଣ ଯୁବକ ବସି ପେଟ୍ରୋଲ ପକାଇବା ପାଇଁ ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ। ହଠାତ ବାଇକ୍ରେ ଲାଗିଥିବା ନିଆଁକୁ ଦେଖି ଜୀବନ ବିକଳରେ ସେମାନେ ଗାଡ଼ିରୁ ଡେଇଁ ପଡ଼ିଥିଲେ। ଏହି ଅଗ୍ନିକାଣ୍ଡକୁ ନେଇ ପେଟ୍ରୋଲ ପମ୍ପରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ପେଟ୍ରୋଲ ପମ୍ପରେ ଥିବା କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ହେତୁ ଏକ ବଡ଼ ଧରଣର ଦୁର୍ଘଟଣାରୁ ରକ୍ଷା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/424230-jd.jpg)