ରାସ୍ତାର ଭୁଲ ପାର୍ଶ୍ୱରେ ଯାଉଥିଲେ, ଟ୍ରାଫିକ୍‌ କନେଷ୍ଟବଳ ରୋକିବାରୁ କାମୁଡ଼ି ଦେଲେ ଆଙ୍ଗୁଠି, ତା’ ପରେ……

ନୂଆଦିଲ୍ଲୀ : ନୋଏଡାର ଘଣ୍ଟା ଚୌକ୍‌ରେ ଜଣେ ଯୁବକ ଟ୍ରାଫିକ୍‌ କନେଷ୍ଟବଳଙ୍କ ଦୁଇଟି ହାତ ଆଙ୍ଗୁଠି କାମୁଡ଼ି ଦେବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଅଭିଯୁକ୍ତ ଯୁବକଜଣଙ୍କ ଭୁଲ ପାର୍ଶ୍ୱରେ ଯାଉଥିଲେ । ସେ ସମୟରେ ତାଙ୍କୁ ଟ୍ରାଫିକ୍‌ କନେଷ୍ଟବଳ କୁଅଁର ପାଲ ସିଂହ ଅଟକାଇଥିଲେ । ଏହା ଦେଖି ଅଭିଯୁକ୍ତ ଶୈଲେଶ ରାଗିଯାଇ କୁଅଁରଙ୍କୁ ଚାପୁଡ଼ା ମାରିବା ସହ ତାଙ୍କର ଦୁଇଟି ହାତ ଆଙ୍ଗୁଠି କାମୁଡ଼ି ଦେଇଥିଲେ । ଏ ନେଇ କୁଅଁର ପୁଲିସରେ ଅଭିଯୋଗ କରିବା ପରେ ଶୈଲେଶଙ୍କୁ ଗିରଫ କରିଛି ପୁଲିସ ।

indiatimes.com

ସୂଚନା ମୁତାବକ, ଘଟଣାଟି ସକାଳ ୯ଟା ୪୦ମିନିଟ୍‌ରେ ଘଟିଥିଲା । ଡ୍ୟୁଟିରେ କୁଅଁର ପାଲ ସିଂହ ଥିବା ବେଳେ ଶୈଲେଶ ସେହି ସମୟରେ ଭୁଲ ପାର୍ଶ୍ୱ ଦେଇ ଗାଡ଼ି ନେଉଥିଲେ । ଏହା ଦେଖି କୁଅଁର ଶୈଲେଶଙ୍କୁ ଅଟକାଇବା ସହ ତାଙ୍କ ଗାଡ଼ି ଚାବି କାଢ଼ି ନେଇଥିଲେ । ଶୈଲେଶ ଏହା ଦେଖି ରାଗିଯିବା ସହ କୁଅଁରଙ୍କ ଗଳାକୁ ଧରି ଟାଣିନେବା ସହ ତାଙ୍କୁ ଚାପୁଡ଼ା ମାରିଥିଲେ । କୁଅଁର ଶୈଲେଶଙ୍କୁ ଏଭଳି କରିବାକୁ ରୋକିବାରୁ ରାଗରେ ଶୈଲେଶ କୁଅଁରଙ୍କ ଦୁଇଟି ଆଙ୍ଗୁଠିକୁ କାମୁଡ଼ି ଦେଇଥିଲେ । ପରେ କୁଅଁର ସାହାଯ୍ୟ ପାଇଁ ଚିତ୍କାର କରିବାରୁ ପାଖରେ ଥିବା ଲୋକେ ଓ ଅନ୍ୟ ଟ୍ରାଫିକ କନେଷ୍ଟବଳ ଆସି ଶୈଲେଶଙ୍କୁ କାବୁ କରି ନେଇଥିଲେ । ପରେ ଏ ନେଇ ପୁଲିସରେ ଅଭିଯୋଗ କରାଯିବା ସହ ଶୈଲେଶଙ୍କୁ ଗିରଫ କରିଛି ପୁଲିସ ।

ସମ୍ବନ୍ଧିତ ଖବର