ଜେଲରେ ଥିବା ଅମିତ ଯୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଗଲା, ହସ୍ପିଟାଲରେ ଭର୍ତ୍ତି ହେଲେ

ରାୟପୁର: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପୁଅ ଅମିତ ଯୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ପୁଣି ବିଗିଡ଼ିଯାଇଥିବା ଜଣାଯାଇଛି।ତାଙ୍କର ଉଚ୍ଚ ରକ୍ତଚାପଜନିତ ରୋଗ ରହିଛି। ତାଙ୍କୁ ବିଳାସପୁରର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଅମିତ ଯୋଗୀ ତାଙ୍କର ମେଡିକାଲ ଚେକ୍ ଅପ କରାଇବାଲାଗି ନ୍ୟାୟଳୟଙ୍କୁ ନିବେଦନ କରିଥିଲେ।

ଜଣେ ଆଦିବାସୀ ନୁହନ୍ତି ବୋଲି ଛତିଶଗଡ଼ ସରକାର ଘୋଷଣା କରିବାର ଗୋଟିଏ ଦିନପରେ ତାଙ୍କ ପୁଅ ତଥା ଜନତା କଂଗ୍ରେସ ନେତା ଅମିତ ଯୋଗୀଙ୍କୁ ଆଜି ପୁଲିସ ଗିରଫ କରିଥିଲା। ବିଳାସପୁରସ୍ଥିତ ନିଜ ବାସଭବନରୁ ଅମିତଙ୍କୁ ଛତିଶଗଡ଼ ପୁଲିସ ଗିରଫ କରିଥିଲା। ତାଙ୍କୁ ଆଇପିସି ଧାରା-୪୨୦ରେ ଗିରଫ କରାଯାଇଥିଲା।
ସୂଚନାଯୋଗ୍ୟ, ଗତବର୍ଷ ହୋଇଥିବା ଛତିଶଗଡ଼ ବିଧାନସଭା ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ ବେଳେ ଅମିତ ଯୋଗୀ ଆଫିଡେଭିଟରେ ନିଜର ଜାତି ଓ ଜନ୍ମଗତ ପ୍ରମାଣ ପତ୍ର ଭୁଲ୍ ଦେଇଥିଲେ ବୋଲି ବିଜେପି ନେତା ସମୀରା ପାଇକରା ଛତିଶଗଡ଼ର ଗୋରଲା ଥାନାରେ ଏତଲା ଦେଇଥିଲେ।

Image result for amit jogi
photo-ndtv

ସମୀରା ଏତଲାରେ ଦର୍ଶାଇଥିଲେ ଯେ ‘ଅମିତ ନିର୍ବାଚନ ବେଳେ ନିର୍ବାଚନ କମିଶନଙ୍କ ପାଖରେ ଯେଉଁ ଶପଥପାଠ ଦାଖଲ କରିଥିଲେ ସେଥିରେ ତାଙ୍କ ଜନ୍ମ ତାରିଖ ଭୁଲ୍ ଦର୍ଶାଇଥିଲେ। ଅମିତ ୧୯୭୮ ମସିହା ଗୋରେଲା ଥାନାରେ ଥିବା ସାରବହରା ଗାଁରେ ଜନ୍ମ ଗ୍ରହଣ କରିଥିଲେ ବୋଲି ଶପଥପାଠରେ ଯାହା ଦର୍ଶାଇଛନ୍ତି, ତାହା ମିଛ ବୋଲି ସମୀରା ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର