ନୂଆଦିଲ୍ଲୀ : ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିରଙ୍କ ପରମାଣୁ ବୋମା ଧମକ ପରେ, ବର୍ତ୍ତମାନ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି। ଇସଲାମାବାଦରେ ଏକ କାର୍ଯ୍ୟକ୍ରମରେ ବିଲାୱଲ ଭୁଟ୍ଟୋ କହିଥିଲେ ଯେ ଯଦି ଭାରତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖେ ଏବଂ ଏହା ଉପରେ ଏକ ବନ୍ଧ ନିର୍ମାଣ କରେ, ତେବେ ଭାରତ ବିରୁଦ୍ଧରେ ଯୁଦ୍ଧ ହେବ।
ବିଲାୱଲ ଭୁଟ୍ଟୋ ଏହି ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦାୟୀ କରିଥିଲେ। ସେ ପାକିସ୍ତାନୀ ଜନତାଙ୍କୁ ଭାରତ ବିରୁଦ୍ଧରେ ଉସୁକାଇ କହିଥିଲେ, "ଏହି ସଂଘର୍ଷରେ ଆମକୁ ତୁମର ଆବଶ୍ୟକତା ଅଛି। ମୋଦୀଙ୍କ ଦ୍ୱାରା କରାଯାଉଥିବା ଅତ୍ୟାଚାର ବିରୁଦ୍ଧରେ ଆମକୁ ଏକଜୁଟ ହେବାକୁ ପଡିବ ଏବଂ ସ୍ୱର ଉଠାଇବାକୁ ପଡିବ। ଯାହା ଦ୍ଵାରା ଆମେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅତ୍ୟାଚାର ବିରୁଦ୍ଧରେ ଲଢ଼ିପାରିବା।"
ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଏକ ଧମକ ଦେଇ କହିଥିଲେ, " ଏହି ଦେଶ (ପାକିସ୍ତାନର)ର ଏତେ ଶକ୍ତି ଅଛି ଯେ ଆମେ ଯୁଦ୍ଧରେ ସେମାନଙ୍କ ସହିତ ଲଢ଼ିପାରିବା। ପାକିସ୍ତାନ ଯୁଦ୍ଧ ବିଷୟରେ କଥା ହୁଏ ନାହିଁ, ଭାରତ ଯୁଦ୍ଧ ବିଷୟରେ କଥା ହୁଏ, କିନ୍ତୁ ଯଦି ସେମାନେ ଯୁଦ୍ଧ କରିବାକୁ ଚାହାଁନ୍ତି, ତେବେ ପାକିସ୍ତାନ ଯୁଦ୍ଧରୁ ପଛକୁ ହଟିବ ନାହିଁ।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/08/11/bhutto-2025-08-11-22-40-46.jpg)