ଭାଙ୍ଗିଲା ୨୭ ବର୍ଷର ଦାମ୍ପତ୍ୟ ଜୀବନ: ପରସ୍ପରଠୁ ଅଲଗା ହେଲେ ବିଲ ଗେଟସ୍ ଓ ତାଙ୍କ ପତ୍ନୀ ମେଲିଣ୍ଡା ଗେଟସ୍

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ସହ ସଂସ୍ଥାପକ ବିଲ ଗେଟସ୍ ଓ ତାଙ୍କ ପତ୍ନୀ ମେଲିଣ୍ଡା ଗେଟସ୍ ବିବାହର ୨୭ ବର୍ଷ ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ସେମାନେ କହିଛନ୍ତି କି, ଆମକୁ ଲାଗୁ ନାହିଁ କି, ଆମେ ଆଉ ଦମ୍ପତି ଭାବେ ଜୀବନକୁ ଆଗକୁ ବଢାଇ ପାରିବୁ । ହେଲେ ଦୁନିଆର ସବୁଠାରୁ ବଡ଼ ଘରୋଇ ବିଲ୍ ଆଣ୍ଡ ମେଲିଣ୍ଡା ଗେଟସ୍ ଫାଉଣ୍ଡେସନ ପାଇଁ ମିଳିତ ଭାବେ କାର୍ଯ୍ୟ କରିବୁ ।

କହିରଖୁ କି ବିଶ୍ୱର ସବୁଠାରୁ ଧନୀ ଦମ୍ପତି ବିଲ୍ ଓ ମେଲିଣ୍ଡାଙ୍କ ମୋଟ ସମ୍ପତ୍ତିର ପରିମାଣ ୧୩୦ ବିଲିୟନ ଡଲାର ହେବ ବୋଲି ଅନୁମାନ କରାଯାଉଛି । ସେମାନଙ୍କ ଦ୍ୱାରା ପରିଚାଳିତ ବିଲ୍ ଆଣ୍ଡ ମେଲିଣ୍ଡା ଗେଟସ୍ ଫାଉଣ୍ଡେସନ ମାଧ୍ୟମରେ ସେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି ବୋଲି କୁହାଯାଉଛି ।

ଏନେଇ ଉଭୟ କହିଛନ୍ତି ,କି ବହୁ ବିଚାର ବିମର୍ଷ ପରେ ସେମାନେ ଏଭଳି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ସେମାନେ ଟ୍ୱିଟର ଯୋଗେ କହିଛନ୍ତି କି ଆମେ ଆମର ୩ଟି ପିଲାଙ୍କୁ ଠିକରେ ଲାଳନ ପାଳନ କରିଛୁ ଓ ଦୁନିଆର ଲୋକ କିଭଳି ଭାବେ ସୁସ୍ଥ ଓ ସୁନ୍ଦର ଜୀବନ ଅତିବାହିତ କରିବେ ସେ ନେଇ କାମ କରୁଛୁ ।

ବିଲ ଏବଂ ମେଲିଣ୍ଡା ଉଭୟ ଉଭୟଙ୍କୁ ୧୯୮୦ ମସିହାରେ ମାଇକ୍ରୋସଫ୍ଟ କାର୍ଯ୍ୟାଳୟରେ ଭେଟିଥିଲେ । ମେଲିଣ୍ଡା ସେତେବେଳେ ମାଇକ୍ରୋସଫ୍ଟରେ ଯୋଗ ଦେଇଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା ଓ ସେମାନେ ୧୯୯୪ ମସିହାରେ ବିବାହ କରିଥିଲେ । ବିଲଙ୍କୁ ଏବେ ୬୫ ବର୍ଷ ହୋଇଥିବା ବେଳେ ମେଲିଣ୍ଡା ୫୬ ବର୍ଷରେ ପଦାର୍ପଣ କରିଛନ୍ତି ।

ସମ୍ବନ୍ଧିତ ଖବର