ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ବିଲ୍‌ ଗେଟ୍‌ସଙ୍କ ବଡ଼ ଡ଼ର କ’ଣ? ଖୁଲାସା କଲେ ଗେଟସ୍

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ବଡ଼ ଧନୀ ବ୍ୟକ୍ତି ଭାବେ ଜଣା ଯାଉଥିବା ବିଲ୍‌ ଗେଟ୍‌ସଙ୍କ ଜୀବନୀକୁ ନେଇ ନେଟ୍‌ଫ୍ଲିକ୍ସ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଛି । ଏହାର ଟ୍ରେଲର ରିଲିଜ୍‌ କରାଯାଇଥିବା ବେଳେ ଫିଲ୍ମର ନାଁ ରହିଛି ‘ଇନ୍‌ସାଇଡ୍‌ ବିଲ୍‌ସ ବ୍ରେନ୍‌: ଡିକୋଡିଂ ବିଲ୍‌ସ ବ୍ରେନ୍‌’ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଓସ୍କାର ପୁରସ୍କାର ବିଜେତା ଡେବିସ୍‌ ଗୁଗେନହାଇମ୍‌ । ଏହାର ୩ଟି ସିରିଜ୍‌ ରହିଥିବା ବେଳେ ଏଥିରେ କେବଳ ଗେଟ୍‌ସ ସଫଳତା ଓ ଜୀବନୀ ବିଷୟରେ ନୁହେଁ ବରଂ ତାଙ୍କ ଜୀବନର ସବୁଠାରୁ ବଡ଼ ଡ଼ର କ’ଣ ତାହା ସାମ୍ନାକୁ ଆସିଛି । ତେବେ ଏତେ ବଡ଼ ଧନୀ ବ୍ୟକ୍ତିଙ୍କୁ କେଉଁ ଜିନିଷକୁ ଡ଼ର ଲାଗିପାରେ, ସେ ନେଇ ଆପଣ ଭାବୁଥିଲେ ନିଶ୍ଚୟ ।

ଏବେ ରିଲିଜ୍‌ କରାଯାଇଥିବା ଟ୍ରେଲରରେ ସେ ବିଷୟରେ ଖୁଲାସା କରିଛନ୍ତି ନିଜେ ବିଲ୍‌ ଗେଟ୍‌ସ । “ମୁଁ ଚାହେଁନା କି ମୋର ମସ୍ତିଷ୍କ କେବେ ବି କାମ କରିବା ବନ୍ଦ କରୁ । ଏହି ଡ଼ର ସବୁବେଳେ ମୋ ମନରେ ରହିଥାଏ” ବୋଲି କହିଛନ୍ତି ଗେଟ୍‌ସ । ଟ୍ରେଲରରେ ଗେଟ୍‌ସ କୁକୁରକୁ ଅଧିକ ଭଲ ପାଆନ୍ତି ବୋଲି କହିଥିବା ବେଳେ ହାମ୍‌ବର୍‌ଗର୍‌ ଖାଇବାକୁ ପସନ୍ଦ କରୁଥିବା କହିଛନ୍ତି । ଏହା ସହ ଗେଟ୍‌ସ ନିଜ ଟୁଇଟ୍‌ର ଆକାଉଣ୍ଟରେ ଫିଲ୍ମର ଟ୍ରେଲର ମଧ୍ୟ ସେୟାର କରିଛନ୍ତି ।

ସମ୍ବନ୍ଧିତ ଖବର