ଜଳବାୟୁ ପରିବର୍ତ୍ତନ ଜନିତ ବିପର୍ଯ୍ୟୟରୁ ବିଶ୍ୱକୁ ବଞ୍ଚାଇବା ପାଇଁ ଗୋମାଂସ ଖାଇବା ବନ୍ଦ କରିବା ଆବଶ୍ୟକ : ବିଲ୍ ଗେଟ୍ସ

ନୂଆଦିଲ୍ଲୀ: ଗୋମାଂସ ଖାଇବା ଏବଂ କ୍ଷୀର ପିଇବା ପାଇଁ ଗୋରୁ ପାଳିବା ପୃଥିବୀର ପରିବେଶ ଉପରେ କୁପ୍ରଭାବ ପକାଇଥାଏ ବୋଲି ହୁଏତ ଖୁବ୍ ଅଳ୍ପ ସଂଖ୍ୟାକ ଲୋକ ଜାଣିଥି‌ବେ । ନିକଟରେ ବିଶ୍ବର ତୃତୀୟ ଧନୀ ବ୍ୟକ୍ତି ବିଲ୍ ଗେଟ୍ସ ଧନୀ ଦେଶର ଲୋକଙ୍କୁ ଗୋମାଂସ ଖାଇବା ବନ୍ଦ କରିବା ଏବଂ ଏକ ସିନ୍ଥେଟିକ୍ ବିକଳ୍ପକୁ ବାଛିବାକୁ ପରାମର୍ଶ ଦେଇଛନ୍ତି।

ମାଇକ୍ରୋସପ୍ଟର ପ୍ରତିଷ୍ଠାତା ବିଲ ଗେଟସ ଏକ ପୁସ୍ତକ ଲେଖିଛନ୍ତି। ଏହି ପୁସ୍ତକର ନାମ ‘ହାଓ ଟୁ ଆଭଏଡ ଏ କ୍ଲାଇମେଟ ଡିଜାଷ୍ଟର’ (ଜଳବାୟୁ ବିପର୍ଯ୍ୟୟରୁ କେମିତି ବଞ୍ଚିବା)। ଏହି ପୁସ୍ତକ ଜରିଆରେ ସେ ଜଳବାୟୁ ପରିବର୍ତ୍ତନ ସହିତ ଜଡ଼ିତ ଅନେକ କଥା ଲେଖିଛନ୍ତି।

ପଶୁପାଳନ କରିବା ସମୟରେ ସିନ୍ଥେଟିକ୍ କିମ୍ବା ଫକ୍ସ ମାଂସ ପରିବେଶ ଉପରେ ପକାଉଥିବା କୁପ୍ରଭାବକୁ ହ୍ରାସ କରିବାରେ କିପରି ସାହାଯ୍ୟ କରିପାରିବ ସେ ବିଷୟରେ କହିଛନ୍ତି।  ଗାଈମାନେ କିପରି ହଜମ ପ୍ରକ୍ରିୟା ମାଧ୍ୟମରେ ପରିବେଶକୁ ମିଥେନ ମୁକ୍ତ କରନ୍ତି ସେ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି । ତେବେ ମିଥେନ ହେଉଛି ଅନେକ ଗ୍ରୀନ୍ ହାଉସ୍ ଗ୍ୟାସ୍ ମଧ୍ୟରୁ ଗୋଟିଏ, ଯାହା ଆମ ଗ୍ରହକୁ ଅନେକ କ୍ଷତି ପହଞ୍ଚାଇପାରେ ।

Image result for bill-gates-developed-nations-quit-eating-beef

ଗେଟ୍ସ ଆହୁରି ମଧ୍ୟ କହିଛନ୍ତି ଯେ ବିକଶିତ ରାଷ୍ଟ୍ରମାନେ ୧୦୦ ପ୍ରତିଶତ ସିନ୍ଥେଟିକ୍ ଗୋମାଂସ କିମ୍ବା ପ୍ଲାଟ-ଆଧାରିତ ଗୋମାଂସକୁ ପରିବର୍ତ୍ତନ କରିବାକୁ ଚିନ୍ତା କରିବା ଉଚିତ। ଯାହା ପ୍ରକୃତ ଗୋମାଂସ ପରି ସ୍ବାଦ କିନ୍ତୁ ପ୍ରକୃତରେ ସ୍ବାଦଯୁକ୍ତ ସୋୟାବିନରୁ ତିଆରି ହୋଇଥାଏ। ଏତଦବ୍ୟତୀତ ସିନ୍ଥେଟିକ ବିଫ ଖାଇବା ଦ୍ବାରା ପଶୁପକ୍ଷୀଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ଲଗାମ ଲଗାଯାଇ ପାରିବ।  ଏଥିସହିତ ଏହା ଅଧିକ ଲାଭପ୍ରଦ ହେବା ସହିତ ସୁସ୍ଥ ଓ ସୁରକ୍ଷିତ ହୋଇଥାଏ।

ସମ୍ବନ୍ଧିତ ଖବର