ମେଲିଣ୍ଡାଙ୍କ ସହ ପୁଣି ବିବାହ ଚାହାନ୍ତି ବିଲ୍‌ ଗେଟ୍‌ସ

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ପୁଣି ଥରେ ନିଜ ପୂର୍ବତନ ପତ୍ନୀ ମେଲିଣ୍ଡା ଗେଟ୍‌ସଙ୍କୁ ବିବାହ କରିବାକୁ ଚାହୁଛନ୍ତି। ଦୀର୍ଘ ୩୦ ବର୍ଷର ଦାମ୍ପତ୍ୟ ଜୀବନ ବିତାଇବା ପରେ ଗତବର୍ଷ ମେ’ରେ ମେଲିଣ୍ଡାଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା। ଜଣେ ଯୌନ ଅପରାଧୀଙ୍କ ସହ ବିଲ୍‌ ଗେଟସ୍‌ଙ୍କ ମିଳାମିଶାକୁ ମେଲିଣ୍ଡା ପସନ୍ଦ କରୁନଥିଲେ। ତାହା ବିଚ୍ଛେଦର ପ୍ରମୁଖ କାରଣ ଥିଲା ବୋଲି କୁହାଯାଉଛି। ସଣ୍ଡେ ଟାଇମ୍‌ସ ସହିତ ଏକ ସାକ୍ଷାତକାରରେ ଗେଟ୍‌ସ କହିଛନ୍ତି ଯେ ବିବାହ ବିଚ୍ଛେଦ ପରେ ମୁଁ ଆଉ କାହାକୁ ବିବାହ କରିବାକୁ ଚାହୁନାହିଁ। ମୁଁ ପୁଣି ଥରେ ମେଲିଣ୍ଡାଙ୍କୁ ବିବାହ କରିପାରିବି କି ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର