ଭାରତକୁ ନାଟୋ ପରି ସହଯୋଗୀର ମାନ୍ୟତା ଦେବାକୁ ଆମେରିକୀୟ ସଂସଦରେ ବିଲ ଆଗତ

ଓ୍ଵାସିଂଟନ : ଭାରତକୁ ଆମେରିକାର ଏକ ପ୍ରମୁଖ ସାମରିକ ସହଯୋଗୀ ରାଷ୍ଟ୍ରର ମାନ୍ୟତା ଦେବା ପାଇଁ ଆମେରିକୀୟ ସଂସଦରେ ଏକ ବିଲ ଆଗତ ହୋଇଛି । ଏଚଆର-୨୧୨୩ ନାମକ ଏହି ବିଲକୁ ଆଗତ କରିଛନ୍ତି ଆମେରିକୀୟ କଂଗ୍ରେସ ସଦସ୍ୟ ଜଏ ଓ୍ବିଲସନ । ଏହି ବିଲ ପଛରେ କେତେଜଣ ପ୍ରଭାବଶାଳୀ କଂଗ୍ରେସ ସଦସ୍ୟଙ୍କ ସମର୍ଥନ ରହିଛି । ଏହା ପାଶ ହୋଇଗଲେ ଭାରତ ନାଟୋ (ନର୍ଥ ଆଟଲାଣ୍ଟିକ ଟ୍ରିଟି ଅର୍ଗାନାଇଜେସନ) ର ସଦସ୍ୟରାଷ୍ଟ୍ର ପରି ଏକ ପ୍ରମୁଖ ସାମରିକ ସହଯୋଗୀ ରାଷ୍ଟ୍ରର ମାନ୍ୟତା ପାଇବ । ଏହା ଫଳରେ ଭାରତ ଆମେରକାରୁ ବିଭିନ୍ନ ସାମରିକ ଟେକନଲୋଜୀ ପାଇବା ସୁଗମ ହେବ ।

ଗତବର୍ଷ ଆମେରିକା ଭାରତକୁ ଏକ ସ୍ୱତନ୍ତ୍ର ସହଯୋଗୀ ଦେଶ (ଏସଟିଏ-୧) ମାନ୍ୟତା ଦେଇଥିଲା । ଏପରି ମାନ୍ୟାତା ସାଧାରଣତଃ ନାଟୋ ଦେଶମାନଙ୍କୁ ଦେଇଥାଏ । ଏପରି ମାନ୍ୟତାପ୍ରାପ୍ତ ଦେଶମାନଙ୍କୁ ସାଧାରଣତଃ ଆମେରିକା ଉଚ୍ଚ ଟେକନଲୋଜୀ ସଂପନ୍ନ ସାମରିକ ଓ ବେସାମରିକ ଉପକରଣ ଓ ଟେକନଲୋଜୀ ହସ୍ତାନ୍ତର କରିଥାଏ । ଭାରତକୁ ଏହି ମାନ୍ୟତା ମିଳିବା ପାରେ ଆମେରିକା ଭାରତକୁ କେବଳ ଆଧୁନିକ ଯୁଦ୍ଧ ଅସ୍ତ୍ରଶସ୍ତ୍ର ଦେବନି, ସେଗୁଡ଼ିକର ଟେକନଲୋଜୀ ମଧ୍ୟ ହସ୍ତାନ୍ତର କରିବ ।

ସମ୍ବନ୍ଧିତ ଖବର