ଡାକ୍ତରଙ୍କ ବିରୋଧରେ ହିଂସା, ୧୦ ବର୍ଷ ଜେଲ୍‌ଦଣ୍ଡ ପାଇଁ ବିଲ୍‌ ଆସିବ

ନୂଆଦିଲ୍ଲୀ: ଡ୍ୟୁଟିରେ ଥିବା ଡାକ୍ତରମାନଙ୍କ ବିରୋଧରେ ହିଂସାକୁ ଜାମିନ ବିହୀନ ଅପରାଧ ଭାବେ ବିବେଚନା କରାଯିବ। ଏଥିପାଇଁ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ ଏବଂ ଜରିମାନା ମଧ୍ୟ ହେବ। ଏନେଇ ଖୁବ୍‌ ଶୀଘ୍ର ଏକ ଚିଠା ବିଲ୍‌ ଆସିବ। ମନ୍ତ୍ରିସ୍ତରୀୟ କମିଟି ଦ୍ବାରା ଏନେଇ ଏକ ପ୍ରସ୍ତାବିତ ଆଇନ ପାଇଁ ଚିଠା ପ୍ରସ୍ତୁତ କରାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅଧୀନରେ ଏବେ ଏହି ବିଲ୍‌କୁ ନେଇ ବିଚାରବିମର୍ଶ ଜାରି ରହିଛି। ପ୍ରସ୍ତାବିତ ଚିଠା ବିଲ୍‌ରେ ଦଣ୍ଡ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ହିଂସା କିମ୍ବା ଆକ୍ରମଣର ପ୍ରକାର ଅନୁଯାୟୀ ଅଭିଯୁକ୍ତଙ୍କୁ ଦଣ୍ଡ ଦିଆଯିବ।

ସମ୍ବନ୍ଧିତ ଖବର