ସାମ୍ନାକୁ ଆସିଲା ପାକିସ୍ତାନର ଅସଲ ଚେହେରା: ସ୍ବିସ୍ ବ୍ୟାଙ୍କ‌ରେ ରହିଛି ୧୪୦୦ ନାଗରିକଙ୍କ ଆକାଉଣ୍ଟ

ସାମିଲ ଅଛି କିଛି ରାଜନେତା ଏବଂ ସେନା ଅଧିକାରୀଙ୍କ ନାଁ

 

ଇସଲାମାବାଦ: ସାମ୍ନାକୁ ଆସିଲା ପାକିସ୍ତାନର ଅସଲ ଚେହେରା। ସ୍ବିସ୍ ବ୍ୟାଙ୍କ‌ରେ ରହିଛି ପାକିସ୍ତାନର ୧୪୦୦ ନାଗରିକଙ୍କ ଆକାଉଣ୍ଟ। ପାକିସ୍ତାନର ୧୪୦୦ ନାଗରିକଙ୍କର ପ୍ରାୟ ୬୦୦ଆକାଉଣ୍ଟ ସ୍ବିସ୍ ବ୍ୟାଙ୍କରେ ରହିଥିବା ଜଣାପଡ଼ିଛି। ଏକ ବୃହତ ସ୍ୱିସ୍ ବ୍ୟାଙ୍କରୁ ଲିକ୍ ହୋଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସ୍ୱିସ୍ ବ୍ୟାଙ୍କରେ ଥିବା ୬୦୦ ଆକାଉଣ୍ଟଧାରୀମାନଙ୍କ ମଧ୍ୟରେ କିଛି ରାଜନେତା ଏବଂ ସେନାର କିଛି ଅଧିକାରୀ ରହିଛନ୍ତି। ଏଥିରେ ଆଇଏସଆଇର ପୂର୍ବତନ ମୁଖ୍ୟ ଜେନେରାଲ ଅଖତର ଅବଦୁର ରେହମାନ ଖାନଙ୍କ ନାଁ ମଧ୍ୟ ଅନ୍ତର୍ଭୁକ୍ତ। କ୍ରେଡିଟ୍ ସୁଇସରୁ ଲିକ୍ ହୋଇଥିବା ତଥ୍ୟରେ ଏହି ସୂଚନା ସାମ୍ନାକୁ ଆସିଛି। କ୍ରେଡିଟ୍ ସୁଇସ ହେଉଛି ସ୍ୱିଜରଲ୍ୟାଣ୍ଡରେ ପଞ୍ଜୀକୃତ ହୋଇଥିବା ଏକ ନିବେଶ ବ୍ୟାଙ୍କିଙ୍ଗ୍ ସଂସ୍ଥା।

ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଅବଦୁର ରହମାନ ଆମେରିକା ଏବଂ ଅନ୍ୟାନ୍ୟ ଦେଶରୁ ଅନେକ ବିଲିଅନ୍ ଡଲାରର ନଗଦ ଅର୍ଥ ଏବଂ ଅନ୍ୟାନ୍ୟ ସହାୟତା ଆଫଗାନିସ୍ତାନରେ ସୋଭିଏତ ସଂଘ ବିରୋଧରେ ଲଢ଼ୁଥିବା ମୁଜାହିଦ୍ଦିନମାନଙ୍କୁ ସାହାଯ୍ୟ କରିବା ପାଇଁ ପଠାଇଥିଲେ। ବିଭିନ୍ନ କାରଣ ପାଇଁ ବିବାଦରେ ରହି ଆସୁଥିବା ପାକିସ୍ତାନ ଏବେ ସ୍ବିସ୍ ବ୍ୟାଙ୍କ‌ରେ ଥିବା ଆକାଉଣ୍ଟକୁ ନେଇ ଚର୍ଚ୍ଚାକୁ ଆସିଛି।  ରାଜନେତା ଏବଂ ସେନା ଅଧିକାରୀଙ୍କ ନାଁ ସାମ୍ନାକୁ ଆସିବା ପରେ ଏହା ସମସ୍ତଙ୍କୁ ଆଶ୍ଚର୍ୟ କରିଛି। ଏବେ ଆଗକୁ ଏହା ସହ ଜଡ଼ିତ ଆଉ କେଉଁ ତଥ୍ୟ ସାମ୍ନାକୁ ଆସିବ, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର