କଶ୍ମୀର ପ୍ରସଙ୍ଗରେ ଇମ୍ରାନଙ୍କୁ ସମାଲୋଚନା କଲେ ବିଲାୱାଲ

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ପାକିସ୍ତାନର ମୁଖ୍ୟ ବିରୋଧୀ ଦଳର ଅଧ୍ୟକ୍ଷ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଦୁର୍ବଳ କଶ୍ମୀର ନୀତିକୁ ସେ ସମାଲୋଚନା କରି କହିଛନ୍ତି ପୂର୍ବରୁ ପାକିସ୍ତାନ ପାଇଁ ଭାରତ ଠାରୁ କଶ୍ମୀର ହାସଲ କରିବା ଲକ୍ଷ୍ୟ ରହିଥିବାବେଳେ ଏବେ ଦେଶ ପାଇଁ ମୁଜାଫରାବାଦ ବା ପିଓକେର ରାଜଧାନୀକୁ ବଞ୍ଚାଇବା କଷ୍ଟକର ହୋଇପଡ଼ିଛି। ଇମ୍ରାନଙ୍କ ନୀତି ପାକିସ୍ତାନକୁ ଏତେ ଦୁର୍ବଳ କରିଦେଇଛି ଯେ ଦେଶ ପିଓକେକୁ ମଧ୍ୟ ବଞ୍ଚାଇବା କଷ୍ଟକର ହୋଇପଡ଼ିବ। କଶ୍ମୀର ପ୍ରସଙ୍ଗରେ ଜାତିସଂଘ ଏବଂ ଅନ୍ତର୍ଜାତୀୟ ସମୂହରୁ ସମର୍ଥନ ଯୋଗାଡ଼ କରିବାରେ ବିଫଳ ହେବା ପରେ ଗତକାଲି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଥିଲେ। ଏହାର ପରଦିନ ବିଲାୱାଲଙ୍କ ଏଭଳି ମନ୍ତବ୍ୟ ପଦାକୁ ଆସିଛି।

ସମ୍ବନ୍ଧିତ ଖବର