ପଚିଯାଇଥିବା ପରିବା ନ ଫିଙ୍ଗି ରୋଜଗାର କରିହେବ ଲକ୍ଷ ଲକ୍ଷ ଟଙ୍କା

ସୁରତ: ଆପଣ ଭାବୁଥିବେ ଟଙ୍କା ଖର୍ଚ୍ଚ କରି କିଣିଥିବା ଫଳ ଓ ପନିପରିବା ଖରାପ ହେଲେ ଆପଣଙ୍କ ଟଙ୍କା ନଷ୍ଟ ହୋଇଗଲା | ତେବେ ଏପରି ଭାବିବା ଭୁଲ ହୋଇପାରେ | କାରଣ ଗୁଜୁରାଟର ସୁରତରେ ଏବେ ଏହି ନଷ୍ଟ ହୋଇଯାଇଥିବା ଫଳ ଓ ପନିପରିବାରୁ ଲକ୍ଷାଧିକ ଟଙ୍କା ରୋଜଗାର କରାଯାଉଛି | ସୁରତର ପରିବା ମାର୍କେଟରେ ନଷ୍ଟ ହୋଇଥିବା ଫଳ ଏବଂ ପନିପରିବାଗୁଡିକରୁ ଗ୍ୟାସ ଉତ୍ପାଦନ କରି ଏବେ ଲକ୍ଷାଧିକ ଟଙ୍କା ରୋଜଗାର କରାଯାଉଛି |


ମିଳିଥିବା ସୂଚନା ମୁତାବକ ସୁରଟ ଏପିଏମସି ଖରାପ ଫଳ ଏବଂ ପନିପରିବାରୁ ବାୟୋଗ୍ୟାସ ତିଆରି କରୁଛି ଏବଂ ଏହାକୁ ଗୁଜରାଟ ଗ୍ୟାସ କମ୍ପାନୀକୁ ଯୋଗାଉଛି | ଏହା ମାଧ୍ୟମରେ ଏପିଏମସି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛି | ବଡ କଥା ଯେ ସୁରଟ ଏପିଏମସି ହେଉଛି ଦେଶର ପ୍ରଥମ ଏପିଏମସି ଯାହା ଖରାପ ପନିପରିବାରୁ ଗ୍ୟାସ ଉତ୍ପାଦନ କରିଥାଏ। ପ୍ରତିଦିନ ୪୦ ରୁ ୫୦ ଟନ୍ ଖରାପ ପନିପରିବା ଏବଂ ଫଳରୁ ଗ୍ୟାସ ଉତ୍ପାଦନ କରାଯାଏ |

ଏପିଏମସି ଗୁଜୁରାଟ ଗ୍ୟାସକୁ ପ୍ରତିଦିନ ୫୧୦୦ ଏସସିଏମ ବାୟୋ ସିଏନଜି ବିକ୍ରି କରୁଛି | ଏଥିପାଇଁ ସୁରଟ ଏପିଏମସି ଏବଂ ଗୁଜୁରାଟ ଗ୍ୟାସ କମ୍ପାନୀ ମଧ୍ୟରେ ଏକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି |

ସମ୍ବନ୍ଧିତ ଖବର