କୋଭିଡ୍‌ ଚିକିତ୍ସାରେ ‘ଏଭିପ୍ଟାଡିଲ୍‌’ର ଜରୁରୀକାଳୀନ ପ୍ରୟୋଗ ପାଇଁ ‘ଡିସିଜିଆଇ’ଙ୍କ ଅନୁମୋଦନ ଲୋଡ଼ିଲା ‘ବାୟୋଫୋର୍’

ନୂଆଦିଲ୍ଲୀ: ସାମାନ୍ୟରୁ ଭୀଷଣ ଆକ୍ରାନ୍ତ କୋଭିଡ୍‌-୧୯ ଚିକିତ୍ସାରେ ‘ଏଭିପ୍ଟାଡିଲ୍‌’ର ଜରୁରୀକାଳୀନ ବ୍ୟବହାର ଅନୁମୋଦନ ପାଇବା ଲାଗି ‘ଡ୍ରଗ୍‌ସ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ’ଙ୍କୁ (ଡିସିଜିଆଇ) ଆବେଦନ କରିଥିବା କଥା ଶୁକ୍ରବାର ଦିନ ‘ବାୟୋଫୋର୍‌ ଇଣ୍ଡିଆ ଫାର୍ମାସ୍ୟୁଟିକାଲ୍‌ସ୍‌’ କହିଛି।

ହାଇଦ୍ରାବାଦରେ ଅବସ୍ଥିତ ଏହି କମ୍ପାନି କହିଛି, ନିଜସ୍ବ ‘ଆକ୍ଟିଭ୍ ଫାର୍ମାସ୍ୟୁଟିକାଲ୍‌ ଇନ୍‌ଗ୍ରିଡିଏଣ୍ଟ୍‌’ରେ (ଏପିଆଇ) ଏହି ଔଷଧ ପ୍ରସ୍ତୁତ ହୋଇଛି। ଅନୁମୋଦନ ପାଇବା କ୍ଷଣି ଏହାର ବ୍ୟାବସାୟିକ ଉତ୍ପାଦନ ଆରମ୍ଭ କରିବା ଲାଗି ଯୋଜନା କରାଯାଇଛି।

Image Courtesy of Medpage Today

‘ଏଭିପ୍ଟାଡିଲ୍‌’ ହେଉଛି ‘ଭେସୋଆକ୍ଟିଭ୍‌ ଇଣ୍ଟେଷ୍ଟାଇନାଲ୍‌ ପେପ୍‌ଟାଇଡ୍’ର କୃତ୍ରିମ ରୂପ। ଏହାକୁ ପ୍ରୟୋଗ କରାଗଲେ ସାଙ୍ଘାତିକ ‘ସାର୍ସ-କୋଭ୍‌-୨’ଦ୍ବାରା ସଂକ୍ରମିତ ହୋଇଥିବା ରୋଗୀ ତୁରନ୍ତ ଆରୋଗ୍ୟ ଲାଭ କରୁଥିବା ନୈଦାନିକ ପରୀକ୍ଷାରୁ ଜଣାପଡ଼ିଛି।

ବିଶ୍ବବ୍ୟାପୀ ଶ୍ବାସପ୍ରଶ୍ବାସ ଅକାମି ହୋଇଥିବା କୋଭିଡ୍‌-୧୯ ରୋଗୀମାନଙ୍କୁ ପରୀକ୍ଷାମୂଳକ ଭାବେ ଏକାଧିକବାର ‘ଏଭିପ୍ଟାଡିଲ୍‌’ ପ୍ରୟୋଗ କରାଯାଇ ଯେଉଁ ଫଳାଫଳ ସଂଗ୍ରହ କରାଯାଇଛି ତାହାକୁ ‘ଡିସିଜିଆଇ’ଙ୍କ ସମୀକ୍ଷା ନିମନ୍ତେ ଦାଖଲ କରାଯାଇଛି।

ଗତ ଏକ ବର୍ଷ ହେବ କମ୍ପାନି କୋଭିଡ୍‌ ସଂକ୍ରାନ୍ତ ଉତ୍ପାଦ ଉପରେ ଧ୍ୟାନ ନିବିଷ୍ଟ କରିଥିବାରୁ ଖୁବ୍ ସ୍ବଳ୍ପ ସମୟ ମଧ୍ୟରେ କମ୍ପାନି ଏ ଭଳି ଅତି ଉଚ୍ଚକୋଟୀର ଜଟିଳ ‘ପେପ୍ଟାଇଡ୍‌’ ବିକଶିତ କରିଛି ବୋଲି ‘ବାୟୋଫୋର୍‌’ର ‘ସିଇଓ’ ଜଗଦୀଶ ବାବୁ ରାଙ୍ଗୀସେଟ୍ଟୀ ବିବୃତି ଦେଇ କହିଛନ୍ତି।

ସମ୍ବନ୍ଧିତ ଖବର