୧୧ରେ ରିଲିଜ୍‌ ହେବ ମୋଦୀଙ୍କ ବାୟୋପିକ୍‌

ସେନ୍‌ସର ବୋର୍ଡରୁ ମିଳିଲା ୟୁ ସାର୍ଟିଫିକେଟ୍‌

ନୂଆଦିଲ୍ଲୀ : ମୁକ୍ତିଲାଭ ପୂର୍ବରୁ ଅନେକ ସଙ୍କଟର ସମ୍ମୁଖୀନ ହେବାପରେ ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ ବା‌ୟୋପିକ୍‌ ‘ପିଏମ୍‌ ନରେନ୍ଦ୍ର ମୋଦୀ’ ଏପ୍ରିଲ ୧୧ ତଥା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଦିନ ହିଁ ମୁକ୍ତିଲାଭ କରିବ। ସେନ୍‌ସର ବୋର୍ଡ ଆଜି ଏଥିପାଇଁ ସ୍ବୀକୃତି ଦେଇଛନ୍ତି। ମୋଦୀଙ୍କ ବା‌ୟୋପିକ୍‌କୁ ସେନ୍‌ସର ବୋର୍ଡରୁ ‘ୟୁ’ ସାର୍ଟିଫିକେଟ୍‌ ମିଳିଛି ଏବଂ ୧୧ ତାରିଖରେ ଫିଲ୍ମ ମୁକ୍ତିଲାଭ କରିବାରେ ଆଉ କୌଣସି ପ୍ରତିବନ୍ଧକ ନାହିଁ। ତେବେ ନିର୍ବାଚନ କମିସନଙ୍କ ଅନୁମୋଦନକୁ ମଧ୍ୟ ଅପେକ୍ଷା କରାଯାଇଛି । ଉଲ୍ଲେଖଯୋଗ୍ୟ ଆଜି ସୁପ୍ରିମ‌କୋର୍ଟରେ ମୋଦୀଙ୍କ ବାୟୋପିକ୍‌ ଉପରେ ରହିତାଦେଶ ଲଗାଇବାପାଇଁ ହୋଇଥିବା ଏକ ଆବେଦନ ଖାରଜ ହୋଇ ଯାଇଥିଲା। ଫିଲ୍ମଟିକୁ ସେନ୍‌ସର ବୋର୍ଡ ସାର୍ଟିଫିକେଟ୍‌ ମିଳିନଥିବାରୁ କୋର୍ଟ ଏଥିରେ ହସ୍ତ‌କ୍ଷେପ କରିବେ ନାହିଁ ଏବଂ ନିର୍ବାଚନ କମିସନ ହିଁ ଏବାବଦ ନିଷ୍ପତ୍ତି ନେବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର