ଭୁବନେଶ୍ବର: ଜୈବ ପ୍ରଯୁକ୍ତି ହେଉଛି ଆଜିର ସବୁଠାରୁ ଚାହିଦାଯୁକ୍ତ କ୍ଷେତ୍ର । ଆମେ ଦେଶରେ ଜୀବମାନଙ୍କର ସୁଗମତା ଜୈବ ପ୍ରଯୁକ୍ତି କ୍ଷେତ୍ର ନିମନ୍ତେ ଅନେକ ସମ୍ଭାବନା ଆଣି ଦେଇଛି । ସ୍ୱାସ୍ଥ୍ୟ, କୃଷି, ଶକ୍ତି, ପ୍ରାକୃତିକ କୃଷି ଓ ଜୈବିକ ନିରାପଦ ବିହନ ଇତ୍ୟାଦି ଏହି କ୍ଷେତ୍ର ନିମନ୍ତେ ନୂତନ ସୁଯୋଗ ଆଣି ଦେଇଛି। ଜୈବ ପ୍ରଯୁକ୍ତି କ୍ଷେତ୍ରରେ ପ୍ରତ୍ୟେକ ୧୪ରେ ଗୋଟିଏ ଷ୍ଟାର୍ଟଅପ ରହିଥିବା ବେଳେ ୧୧୦୦ ଏହିପରି ଷ୍ଟାର୍ଟଅପ କେବଳ ଗତ ବର୍ଷରେ ହିଁ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଗତି ମୈଦାନ ଠାରେ ବାୟୋଟେକ୍ ଷ୍ଟାର୍ଟଅପ ଏକ୍ସେପୋ-୨୦୨୨ ଉଦ୍ଘାଟନ କରିବା ଅବସରରେ ଏହା କହିଛନ୍ତି।
ଏଥିରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଆମର ଜୈବ ଅର୍ଥନୀତିରେ ଆଠ ବର୍ଷରେ ଆଠ ଗୁଣ ବୃଦ୍ଧି ଘଟିଛି। ଆମେ ୧୦ ବିଲିୟନରୁ ୮୦ ବିଲିୟନ ଡଲାରରେ ପହଂଚିଛୁ । ବୈଶ୍ୱିକ ଜୈବ ପ୍ରଯୁକ୍ତି କ୍ଷେତ୍ରରେ ହୁଏତ ଖୁବ କମ ଦିନରେ ବିଶ୍ୱର ଶ୍ରେଷ୍ଠ ଦେଶ ମଧ୍ୟରେ ସ୍ଥାନ ପାଇବ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଜୈବ ପ୍ରଯୁକ୍ତି ଶିଳ୍ପ ଗବେଷଣା ସହାୟତା ପରିଷଦ (ବିଆଇଆରଏସି)ର ଦେଶ ବିକାଶ କ୍ଷେତ୍ରରେ ଅବଦାନର ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଜୈବ ପ୍ରଯୁକ୍ତି ଶିଳ୍ପର ଅବଦାନ ଦେଶର ବିକାଶରେ ଖୁବ ଗୁରୁତ୍ୱପୂର୍ଣ୍ଣ। ବୈଶ୍ୱିକ ଦୃଶ୍ୟପଟ୍ଟରେ ୟୁରୋପୀୟ ବୃତ୍ତିଧାରୀଙ୍କ କ୍ରମବର୍ଦ୍ଧିଷ୍ଣୁ ଖ୍ୟାତି ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ଆଇଟି ବୃତ୍ତିଧାରୀଙ୍କ କୌଶଳ ଓ ନୂଆ କିଛି କରି ଦେଖାଇବାର ଦକ୍ଷତା ଆଜି ବିଶ୍ୱରେ ନୂତନ ଶିଖର ଛୁଇଁଚି । ଏହି ଦଶନ୍ଧିରେ ସେହି ଏକା ଭଳି ବିଶ୍ୱାସ ଓ ଖ୍ୟାତି ଦେଶର ଜୈବ ପ୍ରଯୁକ୍ତି କ୍ଷେତ୍ରରେ ଓ ବୃତ୍ତିଧାରୀଙ୍କ ମଧ୍ୟରେ ଦେଖିବାକୁ ମିଳିଲାଣି । ଏହା ପଛରେ ପାଞ୍ଚଟି କାରଣ ରହିଛି । ପ୍ରଥମ ବିବିଧ ଜନସଂଖ୍ୟା ଓ ଜଳବାୟୁ କ୍ଷେତ୍ର, ଦ୍ୱିତୀୟ ଭାରତ ମେଧାସମ୍ପନ୍ନ ମାନବ ସମ୍ବଳ, ତୃତୀୟ ଭାରତରେ ବ୍ୟବସାୟ ପାଇଁ ଇଚ୍ଛା, ଚତୁର୍ଥ ଭାରତରେ ଜୈବ ସାମଗ୍ରୀର ଚାହିଦାରେ ଅଚାନକ ବୃଦ୍ଧି ଓ ପଞ୍ଚମରେ ଭାରତର ଜୈବ ପ୍ରଯୁକ୍ତି କ୍ଷେତ୍ର ଓ ଏହି ସଫଳତାର ରେକର୍ଡ।
ଦେଶର ୬୦ ପ୍ରକାର ଶିଳ୍ପରେ ୭୦ ହଜାର ଷ୍ଟାର୍ଟଅପ
ବାୟୋ-ଅର୍ଥନୀତି ଗତ ୮ ବର୍ଷରେ ୮ ଗୁଣ ବୃଦ୍ଧି
ଦେଶରେ ୫ ହଜାରରୁ ଅଧିକ ବାୟୋଟେକ ଷ୍ଟାର୍ଟଅପ୍, ବର୍ଷକରେ ୧୧୦୦
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଭାରତୀୟ ଅର୍ଥନୀତିର ଶକ୍ତି ଓ ସାମର୍ଥ୍ୟ ବୃଦ୍ଧି ପାଇଁ ଅହରହ ଉଦ୍ୟମ କରୁଛନ୍ତି । ସମ୍ପୂର୍ଣ୍ଣ ସରକାରୀ ଦୃଷ୍ଟିଭଙ୍ଗୀ ଉପରେ ମଧ୍ୟ ଚାପ ରହିଛି । ସବକା ସାଥ, ସବକା ବିକାଶ ମନ୍ତ୍ର ଦେଶର ବିଭିନ୍ନ କ୍ଷେତ୍ରରେ ପ୍ରୟୋଗ ହେଉଛି ବୋଲି ସେ କହିଥିଲେ । ଏଥିପାଇଁ ସମଗ୍ର ଦୃଶ୍ୟପଟ ଓଲଟପାଲଟ ହୋଇଯାଇଛି । ଆଗରୁ କେତେକ ବଚ୍ଛା ବଚ୍ଛା କ୍ଷେତ୍ର ଉପରେ ଆଲୋକପାତ କରାଯାଉଥିବା ବେଳେ, ଅବଶିଷ୍ଟ କ୍ଷେତ୍ରକୁ ସେମାନେ ନିଜେ ନିଜର ଦିଗ ଦେଖିବାକୁ ଛାଡ଼ି ଦିଆ ହେଉଥିଲା । ଆଜି ପ୍ରତ୍ୟେକ କ୍ଷେତ୍ର ଦେଶର ବିକାଶ ପ୍ରତି ସେମାନଙ୍କ ଅବଦାନ ଦେଉଛନ୍ତି । ସେ ଦୃଷ୍ଟିରୁ ପ୍ରତ୍ୟେକ କ୍ଷେତ୍ରର ସାଥ ଓ ପ୍ରତ୍ୟେକ କ୍ଷେତ୍ରର ବିକାଶ ଆଜିର ଆବଶ୍ୟକତା । ଭାବନା ଓ କାର୍ଯ୍ୟରେ ପରିବର୍ତ୍ତନ ଆଜି ସଫଳତା ଆଣିଛି ବୋଲି ସେ କହିଥିଲେ । ସେ ନିକଟ ଅତୀତରେ ଅନେକ କ୍ଷେତ୍ର ପ୍ରତି ଦିଆଯାଇଥିବା ଧ୍ୟାନର ଉଦାହରଣ ଦେଇଥିଲେ ।
ପ୍ରଧାନମନ୍ତ୍ରୀ କହିଲେ, ଜୈବ ପ୍ରଯୁକ୍ତି କ୍ଷେତ୍ରରେ ମଧ୍ୟ ନିଆଯାଇଥିବା ଅଦ୍ଭୁତପୂର୍ବ ପଦକ୍ଷେପ ଷ୍ଟାର୍ଟଅପ ପଦ୍ଧତିରେ ସ୍ପଷ୍ଟ ଭାବେ ପରିଦୃଷ୍ଟ। ଗତ ଆଠ ବର୍ଷ ମଧ୍ୟରେ ଆମ ଦେଶରେ ଷ୍ଟାର୍ଟଅପ ସଂଖ୍ୟା ଅଳ୍ପ କେତେ ଶହରୁ ୭୦ ହଜାରରେ ପହଂଚିଛି ।
ଏହି ୭୦ ହଜାର ଷ୍ଟାର୍ଟଅପ ପ୍ରାୟ ୬୦ ବିଭିନ୍ନ ପ୍ରକାର ଶିଳ୍ପରେ ସୃଷ୍ଟି ହୋଇଛି । ଏଥିରେ ଜୈବ ପ୍ରଯୁକ୍ତି ମଧ୍ୟ ପାଞ୍ଚ ହଜାରରୁ ଅଧିକ ଷ୍ଟାର୍ଟଅପ ରହିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥଇଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବାୟୋଟେକ ଦ୍ରବ୍ୟ ଇ-ପୋର୍ଟାଲର ଆରମ୍ଭ କରିଛନ୍ତି। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ, ଡକ୍ଟର ଜିତେନ୍ଦ୍ର ସିଂହ, ବାୟୋଟେକ କ୍ଷେତ୍ରର ଅଂଶୀଦାର, ବିଶେଷଜ୍ଞ, ପୁଞ୍ଜି ଲଗାଣକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/f654h6sf4hsf65h4hfs654fh654fh.jpg)