ପଞ୍ଚକୁଲା ହିଂସା : ହନିପ୍ରୀତ୍‌ଙ୍କ ପରେ ଏବେ ଧରାହେବେ ବିପାସନା ଇନସାନ୍

ଚଣ୍ଡିଗଡ଼: ଡ଼େରା ସଚ୍ଚା ସଉଦାର ଅଧ୍ୟକ୍ଷ୍ୟା ବିପାସନା ଇନ୍‌ସାନ୍‌ ଖୁବ୍‌ଶୀଘ୍ର ହରିୟାଣା ପୁଲିସ୍‌ ଦ୍ୱାରା ଗିରଫ ହେବେ ବୋଲି ଜଣାପଡ଼ିଛି। ଡ଼େରା ସଚ୍ଚା ସଉଦା ମୁଖ୍ୟ ଗୁରମିତ୍‌ ରାମରହିମ୍‌ଙ୍କ ବିଚାର ଦିନ ପଞ୍ଚକୁଲାରେ ହିଂସା ଭିଆଇବା ଉଦ୍ଦେଶ୍ୟରେ ସୀର୍ସାରେ ଯେଉଁ ବୈଠକ ହୋଇଥିଲା,ସେଥିରେ ବିପାସନା ଥିବା ନେଇ ତଥ୍ୟ ପୁଲିସର ହସ୍ତଗତ ହୋଇଛି। ଏହି ବୈଠକ ଅଗଷ୍ଟ ୧୭ ତାରିଖରେ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ବିପାସନା ଉପସ୍ଥିତ ନ ଥିଲେ ବୋଲି ପୁଲିସକୁ  ଜଣାଇଥିଲେ। ମାତ୍ର ପୁଲିସ ଅନୁସନ୍ଧାନରୁ ଜଣାଯାଇଛି କି ହନିପ୍ରୀତ୍‌ଙ୍କ ଫୋନ୍‌ ଲୋକେସନ୍‌ ଓ ବିପାସନାଙ୍କ ଫୋନ୍‌ ଲୋକେସନ୍‌ ସେଦିନ ପାଖାପାଖି ଥିଲା। ପଞ୍ଚକୁଲା ହିଂସାର ମାଷ୍ଟର ମାଇଣ୍ଡ୍‌ ଭାବେ ହନିପ୍ରୀତ୍‌ଙ୍କୁ ପୁଲିସ୍‌ ଗିରଫ କରିଥିବାରୁ ବିପାସନା ବି ସମାନ ଦୋଷରେ ଦୋଷୀ।

ପୁଲିସ୍‌ ସୂତ୍ର ଅନୁଯାୟୀ,ବିପାସନା ମିଛରେ ନିଜର ସ୍ୱାସ୍ଥ୍ୟ ଖରାପ ବୋଲି ଆଳ ଦେଖାଇ ପୁଲିସ୍‌କୁ ଧରାଛୁଆଁ ଦେଉନାହାନ୍ତି। ତାଙ୍କୁ ପୁଲିସ ତଥ୍ୟ ଲୁଚାଉଥିବା ଅଭିଯୋଗରେ ପଚାରାଉଚରା କରିବାକୁ ଚାହୁଁଛି। ଡ଼େରାରେ ଅଧ୍ୟକ୍ଷା ବିପାସନା ଇନ୍‌ସାନ୍‌ ଘଟଣା ପରେ ବୟାନ ଦେଇଥିଲେ କି ହିଂସାକାଣ୍ଡ ଷଡ଼ଯନ୍ତ୍ର ହୋଇଥିବା ବୈଠକରେ ସେ ଉପସ୍ଥିତ ନ ଥିଲେ।ଡ଼େରାର ସୀର୍ସା ମୁଖ୍ୟାଳୟରେ ଏହି ବୈଠକ ହନିପ୍ରୀତ୍‌ଙ୍କ ପରିଚାଳନାରେ ହୋଇଥିଲା। ମାତ୍ର ପୁଲିସ୍‌ ଅନୁସନ୍ଧାନରୁ ଜଣାପଡ଼ିଛି କି ବୈଠକରେ ବିପାସନା ଉପସ୍ଥିତ ଥିଲେ। ଡ଼େରାର ଭକ୍ତମାନଙ୍କୁ ପଞ୍ଚକୁଲାରେ ଏକତ୍ରୀତ କରିବାକୁ ନିଷ୍ପତ୍ତି ଏହି ବୈଠକରେ ନିଆଯାଇଥିଲା।

ଯଦି ୧୫ ବର୍ଷ ତଳର ସ୍ୱାଧୀ ଦୁଷ୍କର୍ମ ମାମଲାରେ ଗୁରୁମିତ୍‌ ରାମ ରହିମ୍‌ଙ୍କୁ ସିବିଆଇ କୋର୍ଟ ନିର୍ଦ୍ଦେଷ ଘୋଷଣା କରନ୍ତି, ତେବେ ସେହିଠାରେ ଏକ ସତ୍‌ସଙ୍ଗ ଅନୁଷ୍ଠିତ ହେବ। ଏଥିସହ ଏହା ମଧ୍ୟ ନିଷ୍ପତ୍ତି ହୋଇଥିଲା କି ଯଦି ବାବା ଗୁରମିତ୍‌ ଦୋଷୀ ସାବ୍ୟସ୍ତ ହୁଅନ୍ତି,ତେବେ ଭକ୍ତମାନଙ୍କୁ ଗଣ୍ଡଗୋଳ ଭିଆଇବାକୁ ଉସ୍‌କାଯିବ।

ବୈଠକରେ ନିଷ୍ପତ୍ତି ହୋଇଥିଲା କି,ଡ଼େରା ଭକ୍ତମାନଙ୍କୁ ବହୁ ସଂଖ୍ୟାରେ ପଞ୍ଚକୁଲା ଆସିବାକୁ କୁହାଯିବ। ଯଦି ୧୫ ବର୍ଷ ତଳର ସ୍ୱାଧୀ ଦୁଷ୍କର୍ମ ମାମଲାରେ ଗୁରୁମିତ୍‌ ରାମ ରହିମ୍‌ଙ୍କୁ ସିବିଆଇ କୋର୍ଟ ନିର୍ଦ୍ଦେଷ ଘୋଷଣା କରନ୍ତି, ତେବେ ସେହିଠାରେ ଏକ ସତ୍‌ସଙ୍ଗ ଅନୁଷ୍ଠିତ ହେବ।ଏହି ସତ୍‌ସଙ୍ଗ ପଞ୍ଚକୁଲାର ଏକ ପାର୍କରେ କରାଯିବାକୁ ସ୍ଥିର ହୋଇଥିଲା। ଏଥିସହ ଏହା ମଧ୍ୟ ନିଷ୍ପତ୍ତି ହୋଇଥିଲା କି ଯଦି ବାବା ଗୁରମିତ୍‌ ଦୋଷୀ ସାବ୍ୟସ୍ତ ହୁଅନ୍ତି,ତେବେ ଭକ୍ତମାନଙ୍କୁ ଗଣ୍ଡଗୋଳ ଭିଆଇବାକୁ ଉସ୍‌କାଯିବ। ଶେଷରେ ତାହା ହିଁ ହୋଇଥିଲା ଓ ପଞ୍ଚକୁଲା ହିଂସାରେ ବହୁ ଧନ ସଂପତ୍ତି ନଷ୍ଟ ହେବା ସହ ୨୨ଟି ମୂଲ୍ୟବାନ୍‌ ଜୀବନ ଚାଲିଯାଇଥିଲା।

ହିଂସାକାଣ୍ଡ ଷଡ଼ଯନ୍ତ୍ର ବୈଠକରେ ସେ ନଥିଲେ ବୋଲି ବିପାସନା ଦର୍ଶାଉଥିଲା ବେଳେ ତାଙ୍କର ମୋବାଇଲ୍‌ ଲୋକେସନ୍‌ ଓ ଅନ୍ୟାନ୍ୟ ପ୍ରମାଣ ଏହା ମିଥ୍ୟା ଦର୍ଶାଉଛି। ତେଣୁ ହରିୟାଣା ପୁଲିସ୍‌ ଖୁବ୍‌ ଶୀଘ୍ର ବିପାସନାଙ୍କୁ  ପଞ୍ଚକୁଲା ହିଂସା ଷଡ଼ଯନ୍ତ୍ର ମାମଲାରେ ଗିରଫ କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର