ନୂଆଦିଲ୍ଲୀ: ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀ ହେବେ ବିପ୍ଳବ କୁମାର ଦେବେ। ଆଜି ଶ୍ରୀ ଦେବ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ବିଜେପି ନେତା ତଥା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଘୋଷଣା କରିଛନ୍ତି। ସେହିପରି ଜିଷ୍ଣୁ ଦେବ ବର୍ମନ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ବିପ୍ଳବ ଦେବ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ ଯେ , ଗତ ୨୫ ବର୍ଷ ଧରି ତ୍ରିପୁରାରେ କ୍ଷମତାସୀନ ସିପିଏମକୁ ଚଳିତ ବିଧାନସଭା ନିର୍ବାଚନରେ ପରାସ୍ତ କରି ବିଜେପି ପ୍ରଥମ ଥର ପାଇଁ ରାଜ୍ୟରେ କ୍ଷମତାସୀନ ହେବାକୁ ଯାଉଛି। ବିଧାନସଭା ଫଳାଫଳ ଘୋଷଣା ହେବା ପରେ ସମଗ୍ର ତ୍ରିପୁରାରେ ହିଂସାତ୍ମକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ରାଜ୍ୟର ବିଭିନ୍ନ ସହରରେ ୧୪୪ ଧାରା ଜାରି କରାଯାଇଛି। ସିପିଏମ ଅଭିଯୋଗ କରିଛି ଯେ ଏହାର ସମର୍ଥକମାନଙ୍କ ଉପରେ ବିଜେପି କର୍ମକର୍ତ୍ତାମାନେ ଆକ୍ରମଣ କରୁଛନ୍ତି। ସେହିପରି ବିଜେପି ମଧ୍ୟ ସିପିଏମ ଉପରେ ସମାନ ଅଭିଯୋଗ କରିଛି। ପରିସ୍ଥିତି ନେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ତ୍ରିିପୁରା ରାଜ୍ୟପାଳ ତଥାଗତ ରାୟ ଓ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଟେଲିଫୋନ୍ରେ ଆଲୋଚନା କରି ପରିସ୍ଥିତି ଉପରେ ନଜର ରଖିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp