ତ୍ରିପୁରାରୁ ବିପ୍ଳବ କୁମାର ଦେବ ବିଜେପିର ରାଜ୍ୟସଭା ପ୍ରାର୍ଥୀ

ଅଗରତାଲା  : ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବଙ୍କୁ ବିଜେପି ତ୍ରିପୁରାରୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି। ବିପ୍ଳବ କୁମାର ଦେବ ଏକ ଟ୍ବିଟ୍‌ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜେପି ନଡ୍ଡ‌ା, ଅମିତ ଶାହ ମତେ ରାଜ୍ୟସଭା ପ୍ରାର୍ଥୀ କରିଥିବାରୁ ମୁଁ କୃତଜ୍ଞ। ତ୍ରିପୁରାର ବିକାଶ ଏବଂ କଲ୍ୟାଣ ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ।

ଉଲ୍ଲେଖଯୋଗ୍ୟ, ମାଣିକ ଶାହ ତ୍ରିପୁରା ମୁଖ୍ୟମନ୍ତ୍ରୀ ହେବାପରେ ତ୍ରିପୁରାରେ ଗୋଟିଏ ରାଜ୍ୟସଭା ଆସନ ଖାଲି ପଡ଼ିଥିଲା। ଆସନ୍ତା ୨୨ ତାରିଖରେ ଉକ୍ତ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଅଛି। ଉଲ୍ଲେଖଯୋଗ୍ୟ, ୫୦ ବର୍ଷୀୟ ବିପ୍ଳବ କୁମାର ‌ଦେବ ମାର୍ଚ୍ଚ ୯, ୨୦୧୮ରେ ତ୍ରିପୁରାର ୧୦ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଏବଂ ଚଳିତ ବର୍ଷ ମେ’ ୧୪ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ସମ୍ବନ୍ଧିତ ଖବର