ନୂଆଦିଲ୍ଲୀ: ଦେଶର ୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଯଥା: କେରଳ, ରାଜସ୍ଥାନ, ହିମାଚଳ ପ୍ରଦେଶ, ଗୁଜୁରାଟ, ହରିୟାଣା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ବାର୍ଡ ଫ୍ଲୁ ଦେଖା ଦେଇଥିବା ନିଶ୍ଚିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂଚନା ଦେଇଛନ୍ତି।

Advertisment

ଆଜି ଦେଶର ମୁଖ୍ୟମନ୍ତ୍ରୀମାନଙ୍କ ସହ କରିଥିବା ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ସୂଚନା ଦେବା ସହ ବାର୍ଡ ଫ୍ଲୁ ବିସ୍ତାରକୁ ନିୟନ୍ତ୍ରଣ କରିବା ପାଇଁ କୁକୁଡ଼ା ଫାର୍ମ, ପ୍ରାଣୀ ଉଦ୍ୟାନ, ଜଳସମ୍ପଦ ଉପରେ ନିରନ୍ତର ନଜର ରଖିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି।