ନୂଆଦିଲ୍ଲୀ: ଉତ୍ତରପ୍ରଦେଶକୁ ମିଶାଇ ଅଦ୍ୟାବଧି ଦେଶରେ ମୋଟ ୭ଟି ପ୍ରଦେଶରେ ବାର୍ଡଫ୍ଳୁ ସଂକ୍ରମଣ ଦେଖାଦେଇଥିବା କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ସେହିପରି ଗୋଟିଏ ଦିନରେ ବିଭିନ୍ନ ସ୍ଥାନରେ ୧,୨୦୦ରୁ ଅଧିକ ପକ୍ଷୀଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଗତ ଶନିବାର ମହାରାଷ୍ଟ୍ରର ଏକ କୁକୁଡ଼ା ଫାର୍ମରେ ୯୦୦ କୁକୁଡ଼ାଙ୍କର ମୃତ୍ୟୁ ଘଟିଥିବା ବେଳେ ସେଠାରେ ବାର୍ଡଫ୍ଳୁ ବ୍ୟାପିଛି ନା ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ସେହିପରି ଦିଲ୍ଲୀ ଓ ଛତିଶଗଡ଼ରୁ ମଧ୍ୟ ପକ୍ଷୀ ନମୁନା ପରୀକ୍ଷଣ ପାଇଁ ପଠାଯାଇଥିବା ବେଳେ ଫଳାଫଳକୁ ଅପେକ୍ଷା କରାଯାଇଛି। ପୂର୍ବରୁ ଉତ୍ତରପ୍ରଦେଶ ବ୍ୟତୀତ କେରଳ, କାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳପ୍ରଦେଶ, ହରିଆଣା ଓ ଗୁଜରାଟରେ ବାର୍ଡଫ୍ଳୁ ସଂକ୍ରମଣ ବ୍ୟାପିଥିବା ସରକାର ନିଶ୍ଚିତ କରିଥିଲେ। ସେହିପରି ସମ୍ଭାବ୍ୟ ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲ ଦିଲ୍ଲୀକୁ ବାହାର ରାଜ୍ୟରୁ କୌଣସି ପ୍ରକାର ଜୀବନ୍ତ ପକ୍ଷୀ ଆମଦାନି ଉପରେ କଟକଣା ଲଗାଇବା ସହ ଗାଜିପୁର ସ୍ଥିତ ରାଜଧାନୀର ସବୁଠୁ ବଡ଼ କୁକୁଡ଼ା ବଜାରକୁ ଆସନ୍ତା ୧୦ ଦିନ ଯାଏ ବନ୍ଦ ନିର୍ଦ୍ଦେଶ କରିଛନ୍ତି। ଗତ ତିନି ଦିନ ଭିତରେ ବିଭିନ୍ନ ଅଂଚଳରେ କାଉ ମରିପଡ଼ିଥିବା ଦେଖାଯାଇଥିଲା।
୭ ରାଜ୍ୟକୁ ବ୍ୟାପିଲା ବାର୍ଡଫ୍ଳୁ
/sambad/media/post_attachments/wp-content/uploads/2019/03/bird-flu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)