କୋଟ୍ଟାୟମ: କେରଳର କୋଟ୍ଟାୟମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପୁଥିବା ଜଣାପଡ଼ିଛି। ଜିଲ୍ଲାର ୨ଟି ପଞ୍ଚାୟତରେ ବାର୍ଡ ଫ୍ଲୁ ନେଇ ସ୍ଥିତି ସ୍ପଷ୍ଟ ହେବା ପରେ ପ୍ରଶାସନ ପକ୍ଷରୁ ୧ କିମି ପରିସର ଅଂଚଳରେ ପ୍ରାୟ ୮ ହଜାର ବତକ, କୁକୁଡ଼ା ଏବଂ ଅନ୍ୟ କେତେକ ପକ୍ଷୀଙ୍କୁ ମାରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। କୋଟ୍ଟାୟମ ଜିଲ୍ଲାରେ ଏଚ୍‌୫ଏନ୍‌୧ ଭାଇରସର ପ୍ରକୋପ ରହିଛି ବୋଲି ଜିଲ୍ଲା ପ୍ରାଣୀ ଚିକିତ୍ସା ମୁଖ୍ୟା ସୂଚନା ଦେଇଛନ୍ତି। ପ୍ରଭାବିତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଉଛି ଏବଂ ବିଭିନ୍ନ କୁକୁଡ଼ା ଫାର୍ମ ଉପରେ କଟକଣା ଲଗାଯାଇଛି।