ଦିଲ୍ଲୀରେ ପୁଣି ବାର୍ଡ ଫ୍ଲୁ ଆତଙ୍କ, ପରୀକ୍ଷା ପାଇଁ ଯାଇଥିବା ୭ଟି ନମୁନା ପଜିଟିଭ

ନୂଆଦିଲ୍ଲୀ: ପୁଣି ଦିଲ୍ଲୀରେ ବାର୍ଡ ଫ୍ଲୁ ଆତଙ୍କ। କିଛି ଦିନ ତଳେ ଜାତୀୟ ପ୍ରାଣୀ ଉଦ୍ୟାନରୁ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ବେଳେ ଏବେ ପୁଣି ୭ଟି ନମୁନା ପଜିଟିଭ ଆସିଥିବା ଜଣାପଡ଼ିଛି। ବାର୍ଡ ଫ୍ଲୁ ବିସ୍ତାରକୁ ଦୃଷ୍ଟିରେ ରଖି ଜାତୀୟ ପ୍ରାଣୀ ଉଦ୍ୟାନର ୪ଟି ଅଂଶରୁ ସଂଗୃହିତ ମୋଟ ସାତୋଟି ନମୁନାକୁ ପରୀକ୍ଷା ପାଇଁ ପଠାଯାଇଥିଲା। ଏବେ ୭ଟି ଯାକ ନମୁନା ପଜିଟିଭ ଆସିଥିବା ଜଣାପଡ଼ିଛି।

ଚଳିତ ବର୍ଷ ଜାନୁଆରିରେ, ଦେଶର ୭ରୁ ଅଧିକ ରାଜ୍ୟରେ ବାର୍ଡ ଫ୍ଲୁ ଚିହ୍ନଟ କରାଯାଇଥିଲା। ଏହା ପରେ କେନ୍ଦ୍ର ସରକାର ପ୍ରାଣୀ ଉଦ୍ୟାନ ଏବଂ ଜାତୀୟ ଉଦ୍ୟାନଗୁଡିକ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଥିଲେ। ଏହା ସହ ପକ୍ଷୀମାନଙ୍କର ମୃତ୍ୟୁ ଉପରେ ନଜର ରଖିବା ସହ ସମୟ ନଷ୍ଟ ନକରି ସମ୍ପୃକ୍ତ ଅଧିକାରୀଙ୍କୁ ଜଣାଇବାକୁ ପରାମର୍ଶ ଦେଇଥିଲେ।

Image Courtesy of The Times of India

ଦିଲ୍ଲୀର ଲାଲ କିଲ୍ଲାରୁ ସଂଗୃହିତ ମୃତ କାଉମାନଙ୍କର ନମୁନା ମଧ୍ୟ ଚଳିତ ବର୍ଷ ପ୍ରାରମ୍ଭରେ ବାର୍ଡ ଫ୍ଲୁ ପାଇଁ ପଜିଟିଭ୍ ପରୀକ୍ଷା କରିଥିଲା। ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ଦିଲ୍ଲୀ ସରକାର ଜାତୀୟ ରାଜଧାନୀରେ କୁକୁଡ଼ା ମାଂସ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ତେବେ କିଛି ଦିନ ପରେ ଦିଲ୍ଲୀ ସରକାରଙ୍କ ଦ୍ବାରା ଜାରି ନିର୍ଦ୍ଦେଶନାମା ପ୍ରତ୍ୟାହାର କରାଯାଇଥିଲା। କିନ୍ତୁ ଏବେ ପୁଣି ୭ଟି ନମୁନା ପଜିଟିଭ ଆସିବା ପରେ ଦିଲ୍ଲୀ ସରକାରଙ୍କ ଚିନ୍ତା ବଢ଼ିଛି।

ସମ୍ବନ୍ଧିତ ଖବର