ନୂଆଦିଲ୍ଲୀ: ଯାତ୍ରୀଙ୍କୁ ନେଇ ଉଡାଣ ଭରିଥିଲା, ହେଲେ ହଠାତ୍ ଅବତରଣ କଲା । ଉଡାଣ ଭରିବାର ୨୦ ମିନିଟ ଭିତରେ ଜରୁରୀ ଅବତରଣ କଲା ମାଡ୍ରିଡରୁ ପ୍ୟାରିସ ଉଡାଣ କରିଥିବା ବିମାନ । ପକ୍ଷୀମାଡ଼ ହେବା ପରେ ମଝି ଆକାଶରେ ଖେଳିଗଲା ଆତଙ୍କ । ପକ୍ଷୀ ସହ ମାଡ ହେବା ପରେ ନିୟନ୍ତ୍ରଣ ହରାଇଲା ବିମାନ । କିନ୍ତୁ ଉପସ୍ଥିତ ବୁଦ୍ଧି ଖଟାଇ ବିମାନକୁ ଜରୁରୀ ଅବତରଣ କରିଥିଲେ ପାଇଲଟ ।
🇪🇸 BIRD STRIKE BLASTS AIRBUS NOSE, FORCES EMERGENCY LANDING IN MADRID
— Mario Nawfal (@MarioNawfal) August 6, 2025
A Paris-bound Iberia flight was forced to turn back just 20 minutes after takeoff when a bird strike smashed the nose of the plane and filled the cabin with smoke.
Frightened passengers grabbed oxygen masks… https://t.co/E77RrJjUIipic.twitter.com/kjJ0DIO8qE
ପକ୍ଷୀ ମାଡରେ ବିମାନର ସମ୍ମୁଖୀନ ଭାଗ ଭାଙ୍ଗିବା ସହ ଜରୁରୀ ଅବତରଣ କରାଯାଇଥିଲା । ତେବେ ଦୁର୍ଘଟଣା ସମୟରେ ବିମାନ ଭିତରର ଭୟାବହ ଦୃଶ୍ୟକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଜଣେ ଯାତ୍ରୀ । ଦୁର୍ଘଟଣାର ଶିକାର ହେବା ପରେ ବିମାନର ସମ୍ମୁଖ ଭାଗ ଭାଙ୍ଗିଥିଲା ଓ ଏହା ପରେ ଧୂଆଁମୟ ହୋଇଥିଲା । ମୁହଁରେ ମାସ୍କ ଲଗାଇବା ଜୀବନ-ମରଣ ସହ କିଛି ମିନିଟ ଧରି ସଂଘର୍ଷ କରିଥିଲେ ଯାତ୍ରୀ । ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।