ନୂଆଦିଲ୍ଲୀ: ଅଯୋଧ୍ୟା ରାମମନ୍ଦିର ନିର୍ମାଣ ହେବାପରେ ଅନେକ ଭକ୍ତଙ୍କ ଇଚ୍ଛା, ବିଶ୍ବାସ ଓ ପ୍ରତିଜ୍ଞା ପୂରା ହୋଇଛି। ଜାନୁଆରି ୨୨ ତାରିଖରେ ହେବାକୁ ଥିବ‌ା ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ପୂର୍ବରୁ ଗର୍ଭଗୃହରେ ସ୍ଥାପିତ ରାମଲଲ୍ଲାଙ୍କ ଫଟୋ ପ୍ରଥମଥର ସ‌ାମ୍ନାକୁ ଆସିଛି। ତେବେ ମନ୍ଦିର ନିର୍ମାଣକୁ ନେଇ ସଂଘର୍ଷରେ ସାମିଲ ଥିବା ବୀରେନ୍ଦ୍ର କୁମାର ବେଠାଙ୍କ ନାମ ଚର୍ଚ୍ଚାକୁ ଆସିଛି। ବୀରେନ୍ଦ୍ର ଫଳହାରୀ ଓ ଇମେଲି ବାବା ଭାବେ ଜଣାଶୁଣା।

Advertisment

ବୀରେନ୍ଦ୍ର କୁମାର ବେଠା ବାବା ଦାବି କରି କହିଛନ୍ତି କି, ‘୧୯୯୨ ମସିହା ଡିସେମ୍ବର ୬ ତାରିଖ‌ରେ ବିଶ୍ବ ହିନ୍ଦୁ ପରିଷଦର ଆହ୍ବାନରେ ମୋର କିଛିସାଥୀଙ୍କ ସହିତ କାରସେବା ପାଇଁ ଅଯୋଧ୍ୟା ଯାଇଥିଲି।   ସେଠାରେ ବିବାଦୀୟ ବାବରି ମସଜିଦ ନିର୍ମାଣ ଢାଞ୍ଚାଠାରୁ ରାମଜନ୍ମଭୂମି ସ୍ଥଳକୁ ସୁରକ୍ଷା ଦେବା ପାଇଁ ପ୍ରତିବାଦରେ ସାମିଲ ହୋଇଥିଲି। ଏହି ଆନ୍ଦୋଳନ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ଏବଂ ବିବାଦୀୟ ନିର୍ମାଣ ଢାଞ୍ଚା ମାଟିରେ ମିଶିଯାଇଥିଲା। ଏହି ଘଟଣାପରେ ମୁଁ ନିରାଶ ହୋଇଯାଇଥିଲି। ଆଉ ପ୍ରତିଜ୍ଞା କରିଥିଲି ଯେ ପର୍ଯ୍ୟନ୍ତ ଅଯୋଧ୍ୟାରେ ରାମଙ୍କ ମନ୍ଦିର ନିର୍ମାଣ ହେବନାହିଁ ମୁଁ ଅନ୍ନ ଗ୍ରହଣ କରିବି ନାହିଁ।

ତେବେ ଅଯୋଧ୍ୟାରେ ରାମ ମନ୍ଦିର ହେବାର ନିଷ୍ପତ୍ତି ପରଠାରୁ ମୁଁ ଖୁସିରେ ଅଛି। ଜାନୁଆରି ୨୨ ତାରିଖରେ ରାମମନ୍ଦିର ଉଦଘାଟନ ହେବ। ଏହି ଦିନ ମୁଁ ଗଙ୍ଗାରେ ସ୍ନାନ କରି ଲୁଣ ଓ ଅନ୍ନ ଗ୍ରହଣ କରିବ।

ମୁଁ ସମସ୍ତ ଧର୍ମର ସମ୍ମାନ କରେ। ମୁଁ ଦେଖୁଛି ରାମମନ୍ଦିର ନିର୍ମାଣ ପାଇଁ ହିନ୍ଦୁଙ୍କ ସମେତ ମୁସଲମାନ ସମ୍ପ୍ରଦାୟରଲୋକେ ବି ଖୁବ ଖୁସି ଅଛନ୍ତି। ଆଉ ରାମଲଲ୍ଲାଙ୍କ ଉତ୍ସବକୁ ବ୍ୟାକୁଳର ସହ ଅପେକ୍ଷା କରି ରହିଛନ୍ତି।’