ଭର୍ଜିନିଆ: ଆମେରିକାର ଭର୍ଜିନିଆ ସମୁଦ୍ରତଟ ନିକଟରେ ଥିବା ପୌର ପ୍ରଶାସନ କାର୍ଯ୍ୟାଳୟରେ ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳି ଚଳାଇ ୧୨ ଜଣଙ୍କୁ ହତ୍ୟା କରିଛି। ଏହି ଗୁଳିକାଣ୍ଡରେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ବଢ଼ିବା ସମ୍ଭାବନା ରହିଛି। ସୂଚନା ଅନୁଯାୟୀ, ପୌରାଳପିକା କୋଠାରେ ଜଣେ କର୍ମଚାରୀ ଶୁକ୍ରବାର ଅପରାହ୍ନରେ ଆଖିବୁଜା ଗୁଳି ମାଡ଼ କରିଥିଲା। କର୍ମଚାରୀ ଜଣକ କୋଠାରେ ପଶିବା ପୂର୍ବରୁ ଜଣେ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଥିଲା। ଏହାପରେ କୋଠାରେ ପଶି ସ୍ବୟଂଚାଳିତ ବନ୍ଧୁକରୁ ଗୁଳିବର୍ଷା କରିବାରୁ ମୋଟ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ପୁଲିସ ସମସ୍ତ ଶବ ଉଦ୍ଧାର କରିଛି। ପୁଲିସ କାର୍ଯ୍ୟାନୁଷ୍ଠାନରେ ଆକ୍ରମଣକାରୀର ମୃତ୍ୟୁ ଘଟିଛି। ଏଫ୍ବିଆଇ ଏହି ଗୁଳିକାଣ୍ଡର ତଦନ୍ତ କରୁଥିବା ବେଳେ ଭର୍ଜିନିଆ ପୁଲିସ ଏଥିରେ ସହାୟତା କରୁଛି। ନିହତ ବନ୍ଧୁକଧାରୀର ପରିଚୟ ସାର୍ବଜନୀନ କରାଯାଇନାହିଁ। ଭର୍ଜିନିଆ ପ୍ରଶାସିକ କୋଠାରେ ଅନେକ ବିଭାଗର କାର୍ଯ୍ୟାଳୟ ରହିଥିବା ବେଳେ ୪୦୦ରୁ ଅଧିକ କର୍ମଚାରୀ ସେଠାରେ କାର୍ଯ୍ୟ କରୁଛନ୍ତି।
ଭର୍ଜିନିଆରେ ଗୁଳିକାଣ୍ଡ, ୧୨ ମୃତ
/sambad/media/post_attachments/wp-content/uploads/2019/06/birjinia-shooting.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)