ଅବସର ପରେ ପ୍ରସ୍ତୁତ କରୁଛନ୍ତି ବିରିୟାନୀ: ବିମାନରେ ପରଷା ଯାଉଛି ତାଙ୍କ କମ୍ପାନୀର ଖାଦ୍ୟ

ଚେନ୍ନାଇ: କିଛି ନୂଆ କରିବାର ଇଚ୍ଛା ଥିଲେ ବୟସ ବାଧକ ସାଜେ ନାହିଁ। ଜଣେ ଟେକ୍ସଟାଇଲ ଏକ୍ସପୋର୍ଟର ଭାବେ ଅବସର ନେବା ପରେ ରାଧା ଡାଗା ଆରମ୍ଭ କରିଥିଲେ ନିଜର କମ୍ପାନୀ ଟ୍ରିଗୁନି ଏଜେ ଇଟ୍ସ | ୨୦୧୦ରେ ଆରମ୍ଭ କରାଯାଇଥିବା ଏହି କମ୍ପାନୀ ଦ୍ବାରା ପ୍ରସ୍ତୁତ ବିରୟାନୀର ଏବେ ବଡ଼ ଗରାଖ ସାଜିଛନ୍ତି ଇଣ୍ଡିଗୋ ଓ ଏୟାରଏସିଆ ଭଳି ବିମାନ କମ୍ପାନୀ | ନିଜ ଯାତ୍ରୀଙ୍କୁ ସୁସ୍ୱାଦୁ ଖାଦ୍ୟ ଦେବାର ଲକ୍ଷ୍ୟ ରଖୁଥିବା ଏହି ବିମାନ କମ୍ପାନୀମାନେ ରାଧାଙ୍କ ଦ୍ବାରା ନିର୍ମିତ ପ୍ୟାକଡ୍ ଫୁଡ୍  ଉପରେ ନିର୍ଭର କରନ୍ତି | ଟ୍ରିଗୁନି ଏଜେ ଇଟ୍ସର ସମୁଦାୟ ୮୦ ପ୍ରତିଶତ ବ୍ୟବସାୟ ଏହି ଦୁଇ ବିମାନ କମ୍ପାନୀ ଦ୍ୱାରା ହୋଇଥାଏ |

୧୯୮୭ ମସିହାରେ ରାଧା ଚେନ୍ନାଇରେ ନିଜର ଏକ କମ୍ପାନୀ ପ୍ରତିଷ୍ଠା କରି ବସ୍ତ୍ର ରପ୍ତାନି-ଆମଦାନୀ କରୁଥିଲେ | ତେବେ ତାଙ୍କ ମନରେ ସବୁବେଳେ ଖାଦ୍ୟକୁ ନେଇ କିଛି କରିବାର ଅଭିଳାଷ ରହିଥିଲା | ପ୍ରିଜରଭେଟିଭ ଫୁଡ ବା କିଛି ଦିନ ଧରି ସଂରକ୍ଷିତ ହୋଇପାରୁଥିବା ଖାଦ୍ୟ କିଭଳି କରାଯାଇପାରିବ ସେ ଏହି ପ୍ରୟାସରେ ଲାଗିପଡ଼ିଥିଲେ |

ସେଥିପାଇଁ ପ୍ରାୟ ୧ କୋଟି ଟଙ୍କା ବିନିଯୋଗ କରି ସେ ଖାଦ୍ୟ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ | ଏହି କମ୍ପାନୀ ପକ୍ଷରୁ ୧୫ଟି ଉତ୍ପାଦ ପ୍ରସ୍ତୁତ କରାଯାଉଥିବାବେଳେ ଏହାର ରାୱା ଉପମାକୁ ଇଣ୍ଡିଗୋ ମ୍ୟାଜିକ ଉପମା ନାମ ଦେଇଥିଲା, ଯାହାକି ଏହାର ଯାତ୍ରୀଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇପାରିଥିଲା| ତେବେ ଅବସର ନେଇଥିବା ରାଧା ଏବେ ଜଣେ ସଫଳ ଶିଳ୍ପପତି ହୋଇପାରିଛନ୍ତି |

ସମ୍ବନ୍ଧିତ ଖବର