ଲକ୍ଷ୍ନୌ: ଗତକାଲି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ୮୧ତମ ଜନ୍ମଦିନ ପାଳିତ ହୋଇଛି। ସମାଜବାଦୀ ପାର୍ଟିର ସଂରକ୍ଷକ ମୁଲାୟମ ସିଂହ ଯାଦବଙ୍କ ୮୧ତମ ଜନ୍ମଦିନ ଉପଲକ୍ଷେ ଦଳୀୟ କାର୍ଯ୍ୟାଳୟରେ ଲଡ଼ୁ ଆକାରର ଏକ କେକ୍ ପ୍ରସ୍ତୁତ କରାଯାଇଥିଲା ଯାହାର ଓଜନ ବି ଥିଲା ୮୧ କିଲୋଗ୍ରାମ। ଏହି କେକ କାଟି ମୁଲାୟମ ସିଂହ ଯାଦବ ନିଜର ୮୧ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଉତ୍ସବ ପାଳନ ଅବସରରେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ଅନ୍ୟ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ।

Advertisment

Image result for mulayam singh 81st b birthday Image source-Amarujala

ଏହାଛଡ଼ା ଉତ୍ତର ପ୍ରଦେଶର ପ୍ରତିଟି ଜିଲ୍ଲାରେ ଧୁମଧାମରେ ମୁଲାୟମ ସିଂହ ଯାଦବଙ୍କ ୮୧ତମ ଜନ୍ମଦିନ ପାଳିତ ହୋଇଛି। ଜନ୍ମଦିନ ଅବସରରେ ମୁଲାୟମ ଦଳୀୟ କର୍ମକର୍ତ୍ତାମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ,ଆଗାମୀ ଦିନରେ ଦଳ ନେତୃତ୍ୱ ଓ ଦଳର ଦାୟିତ୍ୱ ଅଖିଳେଶଙ୍କ ହାତରେ ରହିଛି। ଏହାଛଡ଼ା ଆଗାମୀ ଦିନରେ ସମାଜବାଦୀ ପାର୍ଟିକୁ ଶକ୍ତିଶାଳୀ କରାଯିବ ବୋଲି ସେ କହିଥିଲେ।