କର୍ଣ୍ଣାଟକ ବାଚସ୍ପତି ହେଲେ ବିଶେଶ୍ୱର ହେଗଡେ

ବାଙ୍ଗାଲୋର: ବିଜେପିର ବିଧାୟକ ବିଶେଶ୍ୱର ହେଗଡେ କର୍ଣ୍ଣାଟକ ବିଧାନସଭାର ନୂଆ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି | ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ରମେଶ କୁମାର ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ | କର୍ଣ୍ଣାଟକ ବିଧାନସଭାର ବାଚସ୍ପତି ପଦ ପାଇଁ ମଙ୍ଗଳବାର ନାମାଙ୍କନ ଦାଖଲ କରିଥିଲେ | ଏକମାତ୍ର ବିଧାୟକ ଭାବେ ବିଜେପି ବିଧାୟକ ବିଶେଶ୍ୱର ହେଗଡେ ନାମାଙ୍କନ ପତ୍ର ଦାଖଲ କରିଥିଲେ |

ମୁଖ୍ୟମନ୍ତ୍ରୀ ବିଏସ ୟେଦୂରପ୍ପାଙ୍କ ଉପସ୍ଥିତିରେ ସେ ନାମାଙ୍କନ ଦାଖଲ କରିଥିବାବେଳେ ସେ ନିର୍ବାଚିତ ହେବା ନେଇ କୌଣସି ଅସୁବିଧା ନଥିଲା | ୬ ଥର ବିଧାୟକ ରହିସାରିଥିବା ହେଗଡେ ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରିଆସିଛନ୍ତି | ବର୍ତ୍ତମାନ ଶିରସି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଥିବା ହେଗଡେ ଜଣେ ଛାତ୍ର ନେତା ଭାବେ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ |

୨୦୧୮ ବିଧାନସଭା ନିର୍ବାଚନରେ ସେ କଂଗ୍ରେସର ଭୀମନ୍ନା ନାଏକଙ୍କୁ ପରାସ୍ତ କରିଥିଲେ | ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ବିଏସ ୟେଦୂରପ୍ପାଙ୍କ ଜଣେ ଖାସ ସମର୍ଥକ ଭାବେ ହେଗଡେ ଜଣାଶୁଣା |

ସମ୍ବନ୍ଧିତ ଖବର