ବିଷ୍ଣୁପ୍ରସାଦ ନନ୍ଦ ରେଳବାଇ ସ୍ବାସ୍ଥ୍ୟସେବାର ମହାନିର୍ଦ୍ଦେଶକ

ନୂ୍ଆଦିଲ୍ଲୀ : ରେଳବାଇ ସ୍ବାସ୍ଥ୍ୟ ସେବାର ମହାନିର୍ଦ୍ଦେଶକ ରୂପେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି ଓଡ଼ିଆ ଅଫିସର ଡା. ବିଷ୍ଣୁପ୍ରସାଦ ନନ୍ଦ। ଏହି ସର୍ବୋଚ୍ଚ ପଦବୀରେ ନିଯୁକ୍ତି ପାଇବାରେ ଡା. ନନ୍ଦ ହେଉଛନ୍ତି ପ୍ରଥମ ଓଡ଼ିଆ। ଏହାପୂର୍ବରୁ ଡା. ବି.ପି. ନନ୍ଦ ଦକ୍ଷିଣ ରେଳବାଇର ମୁଖ୍ୟ ଚିକିତ୍ସା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଥିଲେ।

୧୯୮୩ରେ ୟୁପିଏସ୍‌ସି ପରିଚାଳିତ ମିଳିତ ଚିକିତ୍ସା ସେବା ପରୀକ୍ଷାରେ ଟପ୍ପର ହେବାପରେ ସେ ଭାରତୀୟ ରେଳ ଚିକିତ୍ସା ସେବା ପାଇଁ ମନୋନୀତ ହୋଇଥିଲେ। ସେ ଦକ୍ଷିଣ-ପୂର୍ବ ରେଳର ଖଡ଼ଗପୁର ଡିଭିଜନାଲ ହସ୍‌ପିଟାଲରେ ୧୯୮୪ରେ ଭାରତୀୟ ରେଳ ଚିକିତ୍ସା ସେବାରେ ଯୋଗ ‌ଦେଇଥିଲେ। ପରେ ସେ ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ସ୍ବାସ୍ଥ୍ୟ ୟୁନିଟ୍‌ରେ ଆସିଷ୍ଟାଣ୍ଟ ଡିଭିଜନାଲ ମେଡିକାଲ ଅଫିସର ତଥା ପରବର୍ତ୍ତୀ ସମୟରେ ରାଞ୍ଚିର ହଟିଆ ରେଳ ହସ୍‌ପିଟାଲ ଓ ଭୁବନେଶ୍ବର ମଞ୍ଚେଶ୍ବର ରେଳ ଡାକ୍ତରଖାନାରେ ଯୋଗ ଦେଇଥିଲେ। ଡା. ନନ୍ଦ ଚକ୍ରଧରପୁର ଡିଭିଜନର ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଏବଂ ମାଡ୍ରାସରେ ଅଧୀକ୍ଷକ ରୂପେ କାର୍ଯ୍ୟ କରିବା ପରେ ମୁଖ୍ୟ ଚିକିତ୍ସା ନିର୍ଦ୍ଦେଶକ ଭାବରେ ଉନ୍ନୀତ ହୋଇଥିଲେ।

ସମ୍ବନ୍ଧିତ ଖବର