କୋଟ୍ଟାୟମ୍ : କେରଳ ନନ୍ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ରୋମାନ୍ କ୍ୟାଥୋଲିକ୍ ବିସପ୍ ଫ୍ରାଙ୍କୋ ମୁଲାକଲ୍ଙ୍କୁ ଜାମିନ ପ୍ରଦାନ କରାଯାଇଛି। କେରଳର ଏକ କୋର୍ଟ ଏହି ଜାମିନ ଦେଇଛନ୍ତି। ତେବେ କୋର୍ଟଙ୍କ ରାୟ ପରେ ଜେଲ୍ରୁ ବାହାରି ବିସପ୍ ମୁଲାକଲ୍ ଆଜି ଜଳନ୍ଧରରେ ପହଞ୍ଚିବା ପରେ ସେଠାରେ ତାଙ୍କର ବିପୁଳ ସମର୍ଥକ ସ୍ବାଗତ ଜଣାଇଥିଲେ। ସମର୍ଥକମାନେ ତାଙ୍କୁ ପୁଷ୍ପମାଲ୍ୟ ପିନ୍ଧାଇ ସ୍ବାଗତ କରିଥିଲେ। ଉଲ୍ଲେଖଯୋଗ୍ୟ, ୨୦୧୪ରୁ ୨୦୧୬ ମଧ୍ୟରେ ବିସପ୍ ଜଣେ ନନ୍ଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ନେଇ ନନ୍ ନିଜେ ଅଭିଯୋଗ ଆଣିଥିଲେ। କିନ୍ତୁ ବିସପ୍ ଏହାକୁ ଖଣ୍ଡନ କରିଥିଲେ। ୨୦୧୪ ମେ ମାସରେ ପ୍ରଥମେ ବିସପ୍ ତାଙ୍କୁ ଗେଷ୍ଟ ହାଉସ୍ରେ ଦୁଷ୍କର୍ମ କରିଥିଲେ। ଏହାପରେ ବିଭିନ୍ନ ସମୟରେ ତାଙ୍କୁ ଦୁଷ୍କର୍ମ କରିଆସୁଥିଲେ।
ନନ୍ ଦୁଷ୍କର୍ମ ମାମଲାରେ ବିସପ୍ଙ୍କୁ ଜାମିନ
/sambad/media/post_attachments/wp-content/uploads/2018/10/Franco-Mulakkal-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)