ଆନନ୍ଦପୁର: ଛତିଶଗଡ଼ ବିଜେପି ବିଧାୟକ ଦଳ ବୈଠକରେ ଆଗାମୀ ମୁଖ୍ୟମନ୍ତ୍ରୀଭାବେ ବିଷ୍ଣୁଦେବ ସାଏଙ୍କୁ ଚୟନ କରାଯାଇଛି। ଜଣେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଥିବାରୁ ଆନନ୍ଦପୁରରେ ବିଜେପି ଶିବିରରେ ଆନନ୍ଦ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ଶ୍ରୀ ସାଏ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଥିବା ସମୟରେ ୨୦୧୮ରେ ଆନନ୍ଦପୁର ଗସ୍ତରେ ଆସିଥିଲେ। ଶାଳପଡ଼ା ପଡ଼ିଆରେ ମୋଦୀ ସରକାରଙ୍କ ସଫଳତା ସମ୍ପର୍କରେ ପ୍ରଚାର ପାଇଁ ହୋଇଥିବା ‘ସବ୍କା ସାଥ ସବ୍କା ବିକାଶ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପରେ ସେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଘସିପୁରା ବଣମୁଣ୍ଡସାହିକୁ ଯାଇଥିଲେ। ସେଠାରେ ଦଳିତ ପରିବାର ସୁରେଶ ପାତ୍ରଙ୍କ ଘରେ ଭୋଜନ କରି ଚର୍ଚ୍ଚାକୁ ଆସିଥିଲେ।
ବିଷ୍ଣୁଦେବ ସାଏ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବାରୁ ବିଜେପି ଶିବିର ଉତ୍ସାହିତ ଥିବା ବରିଷ୍ଠ ନେତା ଭଗବାନ ସାହୁ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଏଠାକାର ଏକ ଟିମ୍ ତାଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ଆନନ୍ଦପୁର ଗସ୍ତରେ ଆସିବାପାଇଁ ନିମନ୍ତ୍ରଣ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/49795143-727d-4b3b-87ff-d2d1b4e19790.jpeg)