ବିଶ୍ବଭୂଷଣଙ୍କ ଶପଥ ଗ୍ରହଣ

ହାଇଦ୍ରାବାଦ : ବିଶ୍ବଭୂଷଣ ହରିଚନ୍ଦନ ଆଜି ଆନ୍ଧ୍ର ପ୍ରଦେଶର ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। ଆଜି ହାଇଦ୍ରାବାଦ ରାଜଭବନରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ମୁଖ୍ୟ ବିଚାରପତି ପ୍ରବୀଣ କୁମାର ତାଙ୍କୁ ଶପଥ ପାଠ କରାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡୀ ଏବଂ ଅନ୍ୟ ନେତା ଓ ଅଧିକାରୀ ଉପସ୍ଥିତ ଥିଲେ। ଆନ୍ଧ୍ରର ବିଭାଜନ ପରେ ଶ୍ରୀ ହରିଚନ୍ଦନ ହେଉଛନ୍ତି ରାଜ୍ୟର ପ୍ରଥମ ପୂର୍ଣ୍ଣକାଳୀନ ରାଜ୍ୟପାଳ।

ସମ୍ବନ୍ଧିତ ଖବର