ବିଶ୍ବଭାରତୀ ଜମି ଜବରଦଖଲ ବିବାଦ: ମମତାଙ୍କୁ ଧନ୍ୟବାଦ ଦେଲେ ଅମର୍ତ୍ତ୍ୟ ସେନ୍‌

କୋଲକାତା: ବିଶ୍ବଭାରତୀ ବିଶ୍ବବିଦ୍ୟାଳୟ ଜମି ଜବରଦଖଲ ମାମଲାରେ ଛନ୍ଦି ହୋଇଥିବା ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ୍‌ଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମର୍ଥନ କରିଥିବାରୁ ‌ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେନ୍‌ କହିଛନ୍ତି, କାର୍ଯ୍ୟବ୍ୟସ୍ତତା ସତ୍ତ୍ବେ ସମୟ ବାହାର କରି ମୁଖ୍ୟମନ୍ତ୍ରୀ ସାହାଯ୍ୟ ହାତ ବଢ଼ାଇଛନ୍ତି। ଯେଉଁମା‌ନେ ଅଭିଯୋଗ କରିଛନ୍ତି ସେମାନଙ୍କୁ ଉଚିତ ଜବାବ ଦେଇଥବାରୁ ସେନ୍‌ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ। ସୂଚନାଯୋଗ୍ୟ, ଗୁରୁବାର ବିଶ୍ବଭାରତୀ ବିଶ୍ବବିଦ୍ୟାଳୟର ୧୦୦ ବର୍ଷ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏ ସମ୍ପର୍କିତ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ବିଶ୍ବବିଦ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏକ ଚିଠିରେ ଦିଆଯାଇଥିଲା। ଚିଠିରେ ଅର୍ଥଶାସ୍ତ୍ରୀ ଅମର୍ତ୍ତ୍ୟ ସେନ୍‌ଙ୍କ ସହ ଆଉ କେତେଜଣ ବିଶ୍ବବିଦ୍ୟାଳୟ ଜମିକୁ ଜବରଦଖଲ କରି ରହୁଛନ୍ତି ବୋଲି ଉଲ୍ଲେଖ କରାଯାଇଥିଲା। ବିଶ୍ବବିଦ୍ୟାଳୟ ଜମିକୁ ଜବରଦଖଲମୁକ୍ତ କରାଯାଉ ବୋଲି କିଛି ଲୋକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦୀର୍ଘଦିନରୁ ଜମିର ପଟ୍ଟା ଥିବା ସତ୍ତ୍ବେ ଏଭଳି ଅମୂଳକ ଅଭିଯୋଗକୁ ନେଇ ସେନ୍‌ ଭାଙ୍ଗି ପଡ଼ିଥିଲେ।

ସମ୍ବନ୍ଧିତ ଖବର