ମୁମ୍ବାଇ/ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନିମନ୍ତେ ଆଜି ମତଦାନ ଶେଷ ହୋଇଛି। ତେବେ ମତଦାନର ଠିକ୍ ପୂର୍ବରୁ ଏନ୍ସିପି (ଶରଦଚନ୍ଦ୍ର ପାୱାର)ଏକ ବଡ଼ ବିବାଦ ଘେରରେ ଫସିଛି। ରାଜ୍ୟରେ ଏମ୍ଭିଏ ସରକାର ସମୟର ବିଟ୍କଏନ୍ ଦୁର୍ନୀତି ଅର୍ଥକୁ ସଂପ୍ରତି ବିଧାନସଭା ନିର୍ବାଚନରେ ଖର୍ଚ୍ଚ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପ୍ରଚାର ହେଉଥିବା ଏକ ଅଡିଓ କ୍ଲିପ୍ରେ ସୁପ୍ରିୟା ସୁଲେଙ୍କ ସ୍ବର ରହିଛି ବୋଲି ଖୋଦ୍ ସୁପ୍ରିୟାଙ୍କ ଭାଇ ତଥା ଏନ୍ସିପିର ମୁଖ୍ୟ ଅଜିତ ପାୱାର୍ ଦାବି କରିଛନ୍ତି। ଅପରପକ୍ଷରେ, ଏହି ଅଡିଓ କ୍ଲିପ୍ ‘ଜାଲ୍’ ବୋଲି କହି ସମସ୍ତ ଅଭିଯୋଗକୁ ସୁପ୍ରିୟା ଖଣ୍ଡନ କରିଛନ୍ତି।
ସାଂସଦ ସୁପ୍ରିୟାଙ୍କ ଅସ୍ବୀକାର
ସିବିଆଇ ତଦନ୍ତ ଆରମ୍ଭ, ୬ ଜଣଙ୍କ ବିରୋଧରେ ଏଫ୍ଆଇଆର୍
ଅଡିଓ କ୍ଲିପ୍ରେ ସୁପ୍ରିୟା ଓ ଅଡିଟ୍ ସଂସ୍ଥା ସାରଥୀ ଆସୋସିଏଟ୍ର କର୍ମଚାରୀ ଗୌରବ ମେହେଟାଙ୍କ ମଧ୍ୟରେ କଥାବାର୍ତ୍ତାର ଅଂଶ ରହିଛି। ଏଥିରେ ସୁପ୍ରିୟା ବିଟ୍କଏନ୍ ବଦଳରେ ଗୌରବଙ୍କୁ ଟଙ୍କା ଯୋଗାଡ଼ କରିବାକୁ କହିଛନ୍ତି। କିନ୍ତୁ ଆଇନଗତ ସମସ୍ୟା ଥିବା ଦର୍ଶାଇ ଏହା କଷ୍ଟସାଧ୍ୟ ବୋଲି ଗୌରବ କହିଛନ୍ତି। ଏଥିରେ ସୁପ୍ରିୟା ଗୌରବଙ୍କୁ ଆଶ୍ବସନା ଦେଇ କହିଛନ୍ତି, ଏଥିପାଇଁ ସେ ଚିନ୍ତିତ ହୁଅନ୍ତୁ ନାହିଁ। ତାଙ୍କ ସରକାର ଆସିଲେ ଏହାକୁ ରଫାଦଫା କରିଦେବେ। ଅନ୍ୟଏକ ଅଡିଓରେ କଂଗ୍ରେସର ରାଜ୍ୟ ସଭାପତି ନାନା ପାଟୋଲେ ମଧ୍ୟ ଅନୁରୂପ ଭାବେ ବିଟ୍କଏନ୍ ନେଇ ଅର୍ଥ ଯୋଗାଡ଼ କରିବା ପାଇଁ କହିଛନ୍ତି। ସିବିଆଇ ଆଜି ଏହି ମାମଲାରେ ଅମିତ ଭରଦ୍ବାଜ ଓ ଅଜୟ ଭରଦ୍ବାଜ ସମେତ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହା ସହ ଅନ୍ୟତମ ଅଭିଯୁକ୍ତ ଗୌରବ ମେହେଟାକୁ ପଚରାଉଚରା ପାଇଁ ସମନ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/11/21/wunUK31GzCsADolBKke6.jpg)