ଶିଶୁମାନଙ୍କ ନାଁ ବମ୍, ଗନ୍, ସାଟେଲାଇଟ୍ ରଖ : କିମଙ୍କ ନିର୍ଦ୍ଦେଶ

ପେଙ୍ଗୟାଙ୍ଗ୍ : ଉତ୍ତରକୋରିଆ ବିଶ୍ବରେ ଏକ ଅଜବ ଦେଶ । କାରଣ ସେଠାରେ ବିଭିନ୍ନ ପ୍ରକାରର ଅଜବ ନିୟମ କାନୁନ ପ୍ରଚଳିତ ଅଛି । ଲୋକମାନେ ସରକାରଙ୍କ ଅନୁମୋଦିତ ଷ୍ଟାଇଲ ଅନୁସାରେ ନିଜର କେଶ କାଟିବେ, ବିଦେଶୀ ସଂଗୀତ କେହି ଶୁଣିପାରିବେ ନାହିଁ, ବିନା ଅନୁମତିରେ କେହି ବିଦେଶକୁ ଯାଇପାରିବେ ନାହିଁ ଇତ୍ୟାଦି ।

ଏବେ ଉତ୍ତରକୋରିଆ ଶାସକ କିମ ଜଙ୍ଗ୍ ୟୁନଙ୍କ ଆଉ ଏକ ଅଜବ ଆଦେଶ ସେଠାକାର ଲୋକମାନଙ୍କ ଉପରେ ଲଦି ଦିଆଯାଇଛି । ତାହା ହେଉଛି ଲୋକମାନେ ନିଜ ପିଲାମାନଙ୍କ ନାଁ ବମ୍, ଗନ୍, ସାଟେଲାଇଟ୍ ଆଦି ରଖନ୍ତୁ । ଏହାଦ୍ବାରା ପିଲାମାନଙ୍କ ମଧ୍ୟରେ ଦେଶାତ୍ମବୋଧକ ଭାବନା ଜାଗ୍ରତ ହେବ । ନିଜ ଦେଶର ସେନା ପ୍ରତି ସମ୍ମାନ ଉଦ୍ରେକ ହେବ । ଯେଉଁମାନେ ଏପରି ନାଁ ନ ରଖିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ସେମାନଙ୍କୁ କମ୍ୟୁନିଷ୍ଟ ବିରୋଧୀ ବୋଲି କୁହାଯିବ । ପୁଣି ଆଉ ଏକ ସର୍ତ୍ତ ରହିଛି । ତାହା ହେଉଛି ଦକ୍ଷିଣ କୋରିଆରେ ଯେଉଁସବୁ ନାଁ ଦିଆଯାଉଛି, ସେସବୁ ନାଁଗୁଡ଼ିକୁ ନ ଦେବାକୁ କୁହାଯାଇଛି । ପୁଣି କେବଳ ସଦ୍ୟଜାତ ନୁହେଁ, ବର୍ତ୍ତମାନ ଅଲଗା ନାଁ ଥିବା ଶିଶୁମାନଙ୍କ ନାଁ ବଦଳାଇାବକୁ କୁହାଯାଉଛି ।

ସେଠାକାର ସରକାରଙ୍କ ମତରେ ବର୍ତ୍ତମାନ ପିଲାମାନଙ୍କ ଯେଉଁ ନାଁ ରଖାଯାଉଛି ସେଗୁଡ଼ିକ କାନକୁ ବେଶ ସରଳ ଶୁଭୁଛି । ସେଗୁଡ଼ିକ ଦେଶାତ୍ମକବୋଧ ଭାବନା ଜାଗ୍ରତ କରୁନାହିଁ ।

ସମ୍ବନ୍ଧିତ ଖବର